ବିଶ୍ବାସରେ ବିଷ ଦେଇ ନେଇ ପଳେଇଲେ ୫୦ ଲକ୍ଷ ଟଙ୍କା

Advertisment
୭୮,୨୧୩ କୋଟିର କେହି ଦାବିଦାର ନାହାନ୍ତି: ଦାବିଦାର ନଥିବା ବ୍ୟାଙ୍କ ଜମାରେ ୨୬% ବୃଦ୍ଧି

Business Today

ଲଇକେରା: ଲଇକେରା ଅଞ୍ଚଳରେ ଏକ ପରିବାର ମହିଳାଙ୍କୁ ନେଇ ଗୋଷ୍ଠୀ ଗଠନ କରୁଥିଲେ। ସେମାନଙ୍କ ନାମରେ ବିଭିନ୍ନ ମାଇକ୍ରୋ ଫାଇନାନ୍ସରୁ ଋଣ ଆଣି ନିଜେ ନେଉଥିଲେ। କିସ୍ତି ବି ଶୁଝୁଥିଲେ। ପରେ ୫୦ ଲକ୍ଷରୁ ଅଧିକ ଟଙ୍କା ଧରି ଏହି ପରିବାର ଫେରାର୍‌ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମର ମାଧବ ଚନ୍ଦ୍ର ମେହେଣା ପ୍ରାୟ ୫୦ ବର୍ଷ ପୂର୍ବେ ଲଇକେରାକୁ ଆସିଥିଲେ। ଗ୍ରାମାଞ୍ଚଳରେ କଂସା ବେପାର କରି କୁଟୁମ୍ବ ପୋଷୁଥିଲେ। ସମାୟାନୁ କ୍ରମେ ଲଇକେରା ଗାଁରେ ଜାଗା ବାଡ଼ି କିଣି ପୁତ୍ର ମାନଙ୍କୁ ଧରି ବସବାସ କଲେ। କିଛି ବର୍ଷ ତଳେ ମାଧବଙ୍କ ମୃତ୍ୟୁ ହୋଇଥିଲା। ପୁତ୍ର ସୁରେନ୍ଦ୍ର ମେହେଣା ବି ବାପାଙ୍କର କୌଳିକ ବୃତ୍ତିକୁ ଆପଣାଇ ନିଜର ପରିବାର ପ୍ରତିପୋଷଣ କରୁଥିଲେ। ସୁରେନ୍ଦ୍ର ମେହେଣା, ତାଙ୍କ ପତ୍ନୀ ସରିତା ମେହେଣା ଓ ପୁତ୍ର ଶୁଭମ ମେହେଣା ୩ଜଣ ମିଶି ଆଜିକୁ କିଛି ବର୍ଷ ହେବ ଲଇକେରା ଓ କିର୍ମିରା ବ୍ଲକ୍‌ରେ ବିଭିନ୍ନ ଗ୍ରାମର ନିରୀହ ମହିଳାମାନଙ୍କୁ ଚକ୍ରାନ୍ତରେ ଫସାଇ ପାଞ୍ଚରୁ ଦଶ ଜଣ ମହିଳାଙ୍କୁ ନେଇ ଏକ ଗ୍ରୁପ ଗଠନ କରୁଥିଲେ। ଏହି ଗ୍ରୁପ ମାଧ୍ୟମରେ ବିଭିନ୍ନ ମାଇକ୍ରୋ ଫାଇନାନ୍ସ କମ୍ପାନିଠାରୁ ଋଣ ଆଣି ନିଜେ ରଖୁଥିଲେ।

ସାପ୍ତାହିକ କିସ୍ତି ଟଙ୍କା ବି କମ୍ପାନିକୁ ପଇଠ କରୁଥିଲେ। ଏହିପରି କିଛି ବର୍ଷ କଲା ପରେ ସୁଯୋଗ ଦେଖି ଶତାଧିକ ମହିଳାଙ୍କ ନାମରେ ୫୦ ଲକ୍ଷରୁ ଅଧିକ ଟଙ୍କାର ଋଣ ନେଇ ପରିବାର ଚମ୍ପଟ ହୋଇଯାଇଛନ୍ତି। ଘରେ ତାଲା ଝୁଲୁଛି। ସାପ୍ତାହିକ କିସ୍ତି ନେବାକୁ ଫଇନାନ୍ସ କମ୍ପାନିର କର୍ମଚାରୀ ଆସି ତାଙ୍କ ଘରେ ତାଲା ଝୁଲୁଥିବା ଦେଖିବାକୁ ପାଇଥିଲେ। ଫଳରେ ସେମାନେ ଋଣ ନେଇଥିବା ମହିଳାମାନଙ୍କ ଘରେ ଯାଇ ବସି ରହୁଛନ୍ତି। ଫଳରେ ସେମାନେ କ’ଣ କରିବେ ଜାଣି ପାରୁନାହାନ୍ତି। ଶତାଧିକ ମହିଳା ଏହି ବିଷୟ ନେଇ ବିଧାୟିକା ଦୀପାଳି ଦାସଙ୍କର ନଜରକୁ ଆଣିଥିଲେ। ବିଧାୟିକା ସୁଶ୍ରୀ ଦାସ ଏସ୍‌ପିଙ୍କ ସମେତ ଲଇକେରା ଥାନାଧିକାରୀଙ୍କୁ ଉକ୍ତ ଘଟଣାର ତଦନ୍ତ କରିବା ପାଇଁ କହିଥିଲେ। ଏ କ୍ରମରେ ରବିବାର ଶତାଧିକ ମହିଳା ୪୦ ଡିଗ୍ରି ଖରାରେ ଛୋଟ ଛୋଟ ପିଲାମାନଙ୍କୁ ଧରି ଲଇକେରା ଥାନାରେ ଏତଲା ଦେଇଛନ୍ତି। ଏ ବିଷୟରେ ଥାନାଧିକାରୀ କହିଛନ୍ତି ମହିଳାମାନେ ଆସି ଏତଲା ଦେଇଛନ୍ତି। ମେହେଣା ପରିବାରଙ୍କର ମୋବାଇଲ ସୁଇଚ୍‌ ଅଫ୍‌ ଅଛି। ଏହାର ତଦନ୍ତ କରାଯିବ। ନିରୀହ ମହିଳାମାନଙ୍କୁ ଫସେଇ ଦେଇ କୋଟି କୋଟି ଟଙ୍କା ନେଇ ଫେରାର ମାରିଥିବା ମେହେଣା ପରିବାର ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଲଇକେରା ସରପଞ୍ଚ ପ୍ରିୟମ୍ବଦା ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe