ଦୁଇ ବର୍ଷରେ ସାଇବର ଅପରାଧୀ ଲୁଟିଛନ୍ତି ୫୧ କୋଟି

ଅପରାଧ ତଦନ୍ତରେ ସାଇବର୍ ଓ ଫୋରେନସିକ୍‌ ବିଜ୍ଞାନର ଗୁରୁତ୍ବ

Sambad

୨୦୧୯ ତୁଳନାରେ ୨୦୨୦ରେ ଦୁଇଗୁଣାରୁ ଅଧିକ
ଗିରଫ ହୋଇଛନ୍ତି ୭୦୮, ଦୁଇଟି ମାମଲାରେ ଦଣ୍ଡାଦେଶ

ଭୁବନେଶ୍ବର : ରାଜ୍ୟରେ ଦୁଇ ବର୍ଷରେ ବର୍ଷରେ ସାଇବର ଠକ ଲୁଟି ନେଇଛନ୍ତି ୫୧ କୋଟି ଟଙ୍କା। ୨୦୨୦ରେ ରାଜ୍ୟରେ ୧୯୩୧ଟି ସାଇବର ଠକେଇ ମାମଲା ରୁଜୁ ହୋଇଥିବା ବେଳେ ୩୬୬ ଜଣ ଗିରଫ ହୋଇଛନ୍ତି। ଏହି ବର୍ଷ ଠକ ୩୫ କୋଟି ୭ ଲକ୍ଷ ୨୦ ହଜାର ୧୩୫ ଟଙ୍କା ଲୁଟ୍ କରିଛନ୍ତି। ସେହିପରି ୨୦୧୯ରେ ୧୪୭୫ଟି ମାମଲା ରୁଜୁ ହୋଇଥିବା ବେଳେ ଠକ ୧୬ କୋଟି ୮ ଲକ୍ଷ ୮ ହଜାର ୭୪୬ ଟଙ୍କା ଲୁଟ୍ କରିଛନ୍ତି। ଦୁଇ ବର୍ଷରେ ସାଇବର ଅପରାଧୀ ମୋଟ ୫୧ କୋଟି ୧୫ ଲକ୍ଷ ୨୮ ହଜାର ୮୮୧ ଟଙ୍କା। ୨୦୧୯ ତୁଳନାରେ ୨୦୨୦ରେ ଠକେଇ ଅର୍ଥର ପରିମାଣ ଦୁଇଗୁଣାରୁ ଅଧିକ ରହିଛି। ୨୦୧୯ରେ ୩୪୨ ଜଣଙ୍କୁ ଗିରଫ ହୋଇଛନ୍ତି। ଦୁଇବର୍ଷରେ ୭୦୮ ଜଣ ଗିରଫ ହୋଇଛନ୍ତି। ୨୦୧୯ରେ ଦୁଇଟି ମାମଲାରେ ଦଣ୍ଡାଦେଶ ହୋଇଥିବା ବେଳେ ୨୦୨୦ରେ ଗୋଟିଏ ବି ମାମଲାରେ ଦଣ୍ଡାଦେଶ ହୋଇପାରି ନାହିଁ।

ଭୁବନେଶ୍ବରରେ ନବ ନିର୍ମିତ ସାଇବର କମ୍ପଲେକ୍ସରେ ମହିଳା ଓ ଶିଶୁ ନିରୋଧୀ ସାଇବର ଅପରାଧ ଯୋଜନା(ସିସିପିଡବ୍ଲସି) କାର୍ଯ୍ୟ କରୁଛି। ୨୦୨୦ ନଭେମ୍ବର ୨ ତାରିଖରୁ ୨୦୨୧ ଫେବ୍ରୁଆରୀ ଶେଷ ସୁଦ୍ଧା ୨୧୦ ଜଣ ପୁଲିସ ଅଧିକାରୀ ତାଲିମ ନେଇ ସାରିଛନ୍ତି। ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି। ସେହିପରି ବିଧାୟକ ଭବାନୀ ଶଙ୍କର ଭୋଇଙ୍କର ଏକ ଲିଖିତ ପ୍ରଶ୍ନର ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି ୨୦୨୦ରେ ୫ ବ୍ୟାଙ୍କ ଲୁଟ୍, ୧୭ ଏଟିଏମ୍ ଲୁଟ୍ ଘଟଣା ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe