ଫାଇନାନ୍ସ କର୍ମଚାରୀଙ୍କଠାରୁ ୫୪ ହଜାର ଲୁଟ୍‌

ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

(Representational immage) )Times of India

କାଳିଆପାଣି: ସୁକିନ୍ଦା ଥାନା ଅନ୍ତର୍ଗତ ପିମ୍ପୁଡ଼ିଆ ମୁଖ୍ୟରାସ୍ତାରୁ ଆଜି ଅପରାହ୍ଣ ୩ରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ୍‌ ଅଭିଯୋଗ ହୋଇଛି। ସୂଚନା ମୁତାବକ ଭୁବନ ଏଲ୍ ଆଣ୍ଡ ଟି ଫାଇନାନ୍ସ କର୍ମଚାରୀ ତଥା ଭଦ୍ରକ ଅଞ୍ଚଳର ସୋମନାଥ ରାଉତ ଆଜି ପିମ୍ପୁଡ଼ିଆ ଅଞ୍ଚଳକୁ ଫାଇନାନ୍ସ ଟଙ୍କା ଆଦାୟ ପାଇଁ ଆସିଥିଲେ। ଅପରାହ୍ଣ ୩ଟା ରେ ଆଦାୟ ହୋଇଥିବା ୫୪ ହଜାର ଟଙ୍କା ନେଇ ପିମ୍ପୁଡ଼ିଆ ରାସ୍ତାରେ ଭୁବନ ଯାଉଥିଲେ। ଏକାଧିକ ଲୁଟେରା ଆସି ଧାରୁଆ ଅସ୍ତ୍ର ଦେଖାଇ ଭୟଭୀତ କରିବା ସହ ସୋମନାଥଙ୍କ ଠାରୁ ସବୁଟଙ୍କା ଛଡ଼େଇ ନେଇଥିଲେ। ଏନେଇ ସୂଚନା ପାଇବା ପରେ ସୁକିନ୍ଦା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe