ରେଳ ବଜେଟ୍‌ରେ ଓଡ଼ିଶାକୁ ୫୫୨୮ କୋଟି

Advertisment
ଓଡ଼ିଶାରେ କେନ୍ଦ୍ରୀୟ ପ୍ରକଳ୍ପର ନଗ୍ନ ଚେହେରା: ୪୭ ପ୍ରକଳ୍ପ ବିଳମ୍ବିତ, ୨୨ଟିରେ ଖର୍ଚ୍ଚ ବଢ଼ିଛି

Railways Year Book

ଭୁବନେଶ୍ବର : ଚଳିତ ବର୍ଷ ବଜେଟ୍‌ରେ ରେଳ ପ୍ରକଳ୍ପଗୁଡ଼ିକ ପାଇଁ ରାଜ୍ୟ ସରକାର ୭୨୦୦ କୋଟି ଟଙ୍କା ଦେବାକୁ ଦାବି କରିଥିବା ବେଳେ କେନ୍ଦ୍ର ସରକାର ୫୫୨୮ କୋଟି ଟଙ୍କା ଦେଇଥିବା ଜଣାପଡ଼ିଛି। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏକ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ୨୦୦୯-୧୪ ମଧ୍ୟରେ ଓଡ଼ିଶାର ରେଳ ପ୍ରକଳ୍ପଗୁଡ଼ିକ ଲାଗି ହାରାହାରି ୮୩୮ କୋଟି ଟଙ୍କା ଆସିଥିବା ବେଳେ ୨୦୨୧-୨୨ରେ ଏହାର ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଥିବା ଶ୍ରୀ ଗୋୟଲ ଦାବି କରିଛନ୍ତି। ଯେଉଁଥିରେ ନୂଆ ରେଳପଥ, ଗେଜ୍ ପରିବର୍ତ୍ତନ ଓ ଦୋହରୀକରଣ ଭଳି ୩୯ଟି ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପଗୁଡ଼ିକରେ ୬୧,୯୪୯ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୪୮୭୭ କିଲୋମିଟର ରେଳପଥ ବିଛା‌ଯିବାର କାର୍ଯ୍ୟକ୍ରମ ରହିଛି।

ପୂର୍ବତଟ ରେଳପଥ ପକ୍ଷରୁ ବଜେଟ୍ ସମ୍ପର୍କରେ କୌଣସି ସୂଚନା ଦିଆଯାଇନଥିଲେ ମଧ୍ୟ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର (୨୮୯ କିମି) ୫୦୦ କୋଟି ଟଙ୍କା, ଅନୁଗୁଳ-ସୁକିନ୍ଦା ରୋଡ୍ (୯୮.୭ କିମି) ପାଇଁ ୪୦୦ କୋଟି ଟଙ୍କା, ‌ହରିଦାସପୁର-ପାରାଦୀପ (୮୨ କିମି) ପାଇଁ ୧୦୦ କୋଟି ଟଙ୍କା, ତାଳଚେର-ବିମଳାଗଡ଼ (୧୫୪ କିମି) ୧୦ କୋଟି ଟଙ୍କା, ଜୟପୁର-ମାଲକାନାଗିରି (୧୩୦ କିମି) ପାଇଁ ୨୮ କୋଟି ଟଙ୍କ, ଜୟପୁର-ନବରଙ୍ଗପୁର (୩୮ କିମି) ୧୫ କୋଟି ଟଙ୍କା ଦେଇଛନ୍ତି। ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ୍ ପାଇଁ ୨୦ କୋଟି ଟଙ୍କା, ସମ୍ବଲପୁର-ଟିଟିଲାଗଡ଼ ପାଇଁ ୨୫ କୋଟି ଟଙ୍କା ଦିଆଯାଇଥିବା ସୂଚନା ମିଳୁଛି। ତେବେ ଆସନ୍ତାକାଲି ଏନେଇ ପୂର୍ବତଟ ରେଳପଥ ବିଧିବଦ୍ଧ ଭାବେ ସୂଚନା ଦେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe