କେନ୍ଦ୍ର ବଜେଟରେ ଓଡ଼ିଶାକୁ ୫୯୯୩ କୋଟି ଟଙ୍କା ଅନୁଦାନ

କେନ୍ଦ୍ର ବଜେଟରେ ଓଡ଼ିଶାକୁ ୫୯୯୩ କୋଟି ଟଙ୍କା ଅନୁଦାନ

Image courtesy: indiatoday.in

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଓଡ଼ିଶାକୁ ୫୯୯୩ କୋଟି ଟଙ୍କା ମିଳିଛି। ଚଳିତ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟରେ ଏହା ୫୯୪୦ କୋଟି ଟଙ୍କା ଥିଲା। ଗତ ବର୍ଷ ଓଡ଼ିଶାର ରେଳ ପାଇଁ ୫୨୫୨ କୋଟି ଟଙ୍କା ମିଳିଥିଲା। ଓଡ଼ିଶାକୁ ମିଳିଥିବା ରେଳ ଅନୁଦାନ ଦ୍ୱାରା ଅନେକ ଗୁଡ଼ିକ ପ୍ରକଳ୍ପ କାମ ଆଗେଇବ। ଏଥିରେ ଯାତ୍ରୀ ପ୍ରତିକ୍ଷାଗାର, ରୋଡ ଓଭର ବ୍ରିଜ, ରୋଡ ଅଣ୍ଡର ବ୍ରିଜ, ବିଦ୍ୟୁତକରଣ ଆଦି ସାମିଲ ରହିଛି। ପାସେଞ୍ଜର ସୁବିଧା ପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ୫ଟି ନୂତନ ସର୍ଭେ ଘୋଷଣା ହେବ। ସେହିଭଳି ୨ଟି ସ୍ୱୟଂଚାଳିତ କୋଚ ଓ୍ଵାସିଂପ୍ଲାଣ୍ଟ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ।

ଓଡ଼ିଶା ପାଇଁ ରେଳ ବଜେଟରେ ବଘୁଆପାଲି ଠାରେ ଫ୍ଲାଏଓଭର ବ୍ରଜ୍‌ ନିର୍ମାଣ ହେବ। ରାଜଆଠଗଡ଼ରୁ କାଇପଦର ପର୍ଯ୍ୟନ୍ତ ସର୍ଭେ ହେବ। ଟିଟିଲାଗଡ଼, ସିଙ୍ଗାପୁର ରୋଡ, ହରିଦାସପୁର, କୋରାପୁଟ, ସମ୍ବଲପୁର, ମାଛପୁର, ଯାଜପୁରରୋଡ, ସମ୍ବଲପୁର ସିଟି, ସାରଳା ଓ ଗୋପାଳପୁର ଷ୍ଟେସନରେ ଫ୍ଲାଏଓଭର ନିର୍ମାଣ ହେବ।

publive-image EDecorati

କେଉଁ ପ୍ରକଳ୍ପ ପାଇଁ କେତେ ଅନୁଦାନ

-କଳାହାଣ୍ଡିରେ ବିଦ୍ୟୁତ ଇଞ୍ଜିନ୍‌ ୱାର୍କସପ୍‌ ପାଇଁ ୧ କୋଟି
-ସମ୍ବଲପୁର-ଟିଟିଲାଗଡ଼ ଲାଇନ୍‌ ଦୋହରୀକରଣ ପାଇଁ ୧୭୦ କୋଟି
-ବାଂଶପାଣି-ଦୈତାରୀ-ଯଖପୁରା ରେଳଲାଇନ୍‌ ପାଇଁ ୮୫ କୋଟି
-ଖୋର୍ଦ୍ଧା-ବାରଙ୍ଗ ୩ୟ ଲାଇନ୍‌ ପାଇଁ ୮ କୋଟି
-ସମ୍ବଲପୁର-ତାଳଚେର ରେଳଲାଇନ୍‌ ଦୋହରୀକରଣ ପାଇଁ ୨୪୯ କୋଟି
-ନୂଆପଡ଼ା-ଗୁଣୁପୁର ରେଳଲାଇନ୍‌ ପାଇଁ ୧୦ ଲକ୍ଷ ଟଙ୍କା
-ଝାରସୁଗୁଡ଼ା-ରେଙ୍ଗାଲି ରେଳଲାଇନ ଦୋହରୀକରଣ ପାଇଁ ୨.୦୫ କୋଟି
-ଜୟପୁର-ମାଲକାନଗିରି ରେଳଲାଇନ ପାଇଁ ୭୦ କୋଟି
-ଜୟପୁର-ନବରଙ୍ଗପୁର ରେଳଲାଇନ ପାଇଁ ୧୦ କୋଟି
-ହରିଦାସପୁର-ପାରାଦୀପ ରେଳଲାଇନ ପାଇଁ ୪୦୦ କୋଟି
-ତାଳଚେର-ବିମଳାଗଡ଼ ରେଳଲାଇନ୍‌ ପାଇଁ ୧୫୦ କୋଟି ଘୋଷଣା
-ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳଲାଇନ୍‌ ପାଇଁ ୩୫୦ କୋଟି ମଞ୍ଜୁର
-ଅନୁଗୁଳ-ସୁକିନ୍ଦା ରୋଡ୍‌ ନୂଆ ରେଳଲୋଇନ୍‌ ୨୫୦ କୋଟି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe