ଏସ୍‌ଆର୍‌ଇ ପାଇଁ ୬୫ କୋଟି ଟଙ୍କା ମଞ୍ଜୁର

Advertisment
ଏସ୍‌ଆର୍‌ଇ ପାଇଁ ୬୫ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର : କେନ୍ଦ୍ର ସରକାର ସୁରକ୍ଷା ସମ୍ପର୍କିତ ବ୍ୟୟ (ଏସ୍‌ଆର୍‌ଇ) ଯୋଜନାରେ ଓଡ଼ିଶା ପାଇଁ ୬୫ କୋଟି ୧୮ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏଥିସହିତ ଧାର୍ଯ୍ୟ ସମୟ ମଧ୍ୟରେ ଯୋଜନା କାର୍ଯ୍ୟକାରୀ ପାଇଁ ଓଡ଼ିଶା ପୁଲିସକୁ କୁହାଯାଇଛି। ପୂର୍ବରୁ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଏସ୍‌ଆର୍‌ଇ ପାଇଁ କାର୍ଯ୍ୟ ଯୋଜନା ଦାଖଲ ହୋଇଥିବା ବେଳେ ରାଜ୍ୟ ସରକାର ମଞ୍ଜୁର ଲାଗି ଏହାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ପଠାଇଥିଲେ। ବର୍ତ୍ତମାନ ରାଜ୍ୟ ପୁଲିସ ମାଓ ଉପଦ୍ରୁତ ଜିଲ୍ଲାଗୁଡ଼ିକରେ ଏସ୍‌ଆର୍‌ଇ ଅର୍ଥ ବ୍ୟୟ କରିବାକୁ ଯାଉଥିବା ବେଳେ ଏଡିଜି ଅପରେସନ୍‌ ଏ ଦିଗରେ କାର୍ଯ୍ୟ କରିବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe