ଗ୍ରାହକଙ୍କ ୬୫ଲକ୍ଷ ଫେରସ୍ତ ଦାବିରେ ଉପଜିଲ୍ଲାପାଳଙ୍କୁ ଘେରିଲେ ନି‌ର୍ଦ୍ଦେଶକ, ଏଜେଣ୍ଟ ଓ ଜମାକାରୀ

Advertisment
ଗ୍ରାହକଙ୍କ ୬୫ଲକ୍ଷ ଫେରସ୍ତ ଦାବିରେ ଉପଜିଲ୍ଲାପାଳଙ୍କୁ ଘେରିଲେ ନି‌ର୍ଦ୍ଦେଶକ, ଏଜେଣ୍ଟ ଓ ଜମାକାରୀ

ଜୟପୁର: ଲାଇଫଲାଇନ୍ ସମବାୟ ସମିତିର ସଂପାଦକ ୩୦୦ରୁ ଊର୍ଦ୍ଧ୍ବ ଗ୍ରାହକଙ୍କ ୬୫ଲକ୍ଷ ଟଙ୍କା ଫେରାଉ ନଥିବା ଅଭିଯୋଗ କରି ସମିତିର ସଭାପତି, ନିର୍ଦ୍ଦେଶକ, ଏଜେଣ୍ଟ ଓ ଜମାକାରୀ ଆଦି ଉପଜିଲ୍ଲାପାଳଙ୍କୁ ଘେରାଉ କରିଛନ୍ତି। ବାରମ୍ବାର ଥାନାରେ ଏତଲା ଦେବା ସହ ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ପରେ ଫଳାଫଳ ଶୁନ୍ ବୋଲି ଏମାନେ କହିଛନ୍ତି। ଆଜି ଏମାନେ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ାଙ୍କୁ ଘେରାଉ କରି ସେମାନଙ୍କ ଦୀର୍ଘ ୪ବର୍ଷର ଦାବିକୁ ପୁଣି ଉପସ୍ଥାପନ କରିଥିଲେ।

ପ୍ରକାଶଯୋଗ୍ୟ, ଗତ ୨୦୧୮ମସିହାରୁ ଅଭିଯୋଗ ହୋଇ ଆସୁଥିଲା। ଗତ ୨୦୨୨ମସିହାରେ ନିର୍ବାଚନ ପରେ  ଲାଇଫଲାଇନ୍ ସମବାୟ ସମିତିର ସଂପାଦକ ବିଜୟ କୁମାର ତ୍ରିପାଠୀଙ୍କ ନାଁରେ ନୂତନ ପରିଚାଳନା କମିଟି ଅଭିଯୋଗ ଆଣିବା ସହ ଜୟପୁର ଟାଉନଥାନାରେ ପରିଚାଳନା କମିଟି ସଭାନେତ୍ରୀ ଓ ୧୪ଜଣ ‌ନିର୍ଦ୍ଦେଶକ ଏହି ଏତଲା ଦେଇଛନ୍ତି। ବାରମ୍ବାର ଅନୁରୋଧ ପରେ ବି ସମିତିକାର୍ଯ୍ୟାଳୟ ନିୟମିତ ଖୋଲୁ ନଥିବା , ଜମାକାରୀଙ୍କ ଦସ୍ତାବିଜ୍ ଆଦି ହସ୍ତାନ୍ତର କରାଯାଉ ନଥିବା ଅଭିଯୋଗ କରାଯାଇଥିଲା। ଏହା ନ ଫେରାଇବା ଫଳରେ ଜମାକାରୀ ମାନେ ସଂଚୟ ଟଙ୍କା‌ ଫେରି ପାଇ ପାରୁ ନାହାନ୍ତି। ସମିତିର କାମ ସଂପୁର୍ଣ୍ଣ ରୁପେ ଅଚଳ ହୋଇ ଯାଇଛି। ଲୋକେ ସମିତି‌ରେ ଟଙ୍କା ଜମା କରି ପାରୁନାହାନ୍ତି କି ଆବଶ୍ୟକ ବେଳେ ଉଠାଇ ପାରୁନାହାନ୍ତି।

୨୦୨୧ମସିହାରେ ଅଭିଯୋଗ ପରେ ଉପଜିଲ୍ଲାପାଳଙ୍କ ପକ୍ଷରୁ ସମସ୍ତ କାଗଜପତ୍ର ମଗାଯାଇଥିଲା। ଗତ ୨ବର୍ଷ ପରେ ବି ‌ସଂପାଦକ ଏହି କାଗଜପତ୍ର ଆଦି ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରି ନାହାନ୍ତି। ଏହାର ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଭାନେତ୍ରୀ ଶାନ୍ତିଲତା ବିନ୍ଧାଣୀ,ନିର୍ଦ୍ଦେଶିକା ସରୋଜିନୀ ମହାପାତ୍ର, ଜାନକୀ ପ୍ରଧାନ, ଲୀନା ପରିଚ୍ଛା, ନିର୍ଦ୍ଦେଶକ ପ୍ରପୁଲ୍ଲ କୁମାର ପାଳ, ବାବୁଲା ନାୟକ , ନିରଂଜନ ଶତପଥୀ, ସୂର୍ଯ୍ୟ ସାହୁ , ବଳରାମ ପାଣିଗ୍ରାହୀ ପ୍ରମୁଖ ଅଭିଯୋଗ କରିଥିଲେ। ଉପଜିଲ୍ଲାପାଳ ଘଟଣା ସଂପର୍କରେ ପୁନଃଯାଂଚ କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୃତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe