ଖାଉଟି ଅଦାଲତରେ ଦଣ୍ଡିତ ହେଲା ଟେଲିଭିଜନ୍‌ କମ୍ପାନି, ୬୮,୭୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ

Advertisment
ଖାଉଟି ଅଦାଲତରେ ଦଣ୍ଡିତ ହେଲା ଟେଲିଭିଜନ୍‌ କମ୍ପାନି, ୬୮,୭୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖାଉଟି ଅଦାଲତରେ ଦଣ୍ଡିତ ହୋଇଛି ଟେଲିଭିଜନ ଉତ୍ପାଦନ କଂପାନି ‘ସାମସଙ୍ଗ’। ଜଣେ ଗ୍ରାହକଙ୍କୁ ଦଣ୍ଡ, ସହାୟତା ଓ ହଇରାଣ ବାବଦରେ ୬୮,୭୦୦ ଟଙ୍କା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀ ଗ୍ରାହକ ହେଉଛନ୍ତି ସ୍ଥାନୀୟ ଆଇନଜୀବୀ ରାମ ପ୍ରସାଦ ପଟ୍ଟନାୟକ।

୨୦୧୯ ମସିହା ମାର୍ଚ୍ଚ ୧୫ ତାରିଖ ଦିନ ଓମ କ୍ବାଲିଟି ଷ୍ଟୋରରୁ ସ୍ଥାନୀୟ ଆଇନଜୀବୀ ରାମ ପ୍ରସାଦ ପଟ୍ଟନାୟକ ଏକ ୪୩ ଇଞ୍ଚର ସାମସଙ୍ଗ ଟିଭି କିଣିଥିଲେ। ତେବେ ୫ରୁ ୬ ମାସ ଗଲା ପରେ ଟିଭିଟି ଖରାପ ହୋଇଥିଲା। ତେବେ ଟିଭିକୁ ନେଇ ଶ୍ରୀ ପଟ୍ଟନାୟକ ଦୋକାନରେ ମରାମତି ପାଇଁ ଦେଇଥିଲେ।

ପ୍ରକାଶ ଥାଉକି ଏହି ଟିଭିର ଵାରେଣ୍ଟି ୫ ବର୍ଷ ପାଇଁ ରହିଥିଲା। ତେବେ ଶ୍ରୀ ପଟ୍ଟନାୟକ ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ତାଂକୁ ଦୋକାନୀ ଆଉ ୱାରେଣ୍ଟି କାର୍ଡ ଦେଇନଥିଲେ।ଟିଭି ଖରାପ ହେଲେ ସେ ମରାମତି କରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିଛି ଦିନ ଦୋକାନୀ ଟିଭିକୁ ରଖି ମରାମତି କରାଯାଇଥିବା କହି ଶ୍ରୀ ପଟ୍ଟନାୟକଙ୍କୁ ଫେରାଇ ଦେଇଥିଲା। ତେବେ ଟିଭି ୧୫ ଦିନ ଗଲା ପରେ ପୁଣି ଖରାପ ହେଲା କିନ୍ତୁ ଏଥର ଅଧିକ ଖରାପ ଜିନିଷ ଖରାପ ହୋଇଗଲା।

ଶ୍ରୀ ପଟ୍ଟନାୟକ ପୁଣି ଦୋକାନକୁ ଯାଇ ଟିଭି ଦେଇଥିଲେ। ଦୋକାନୀ ଟିଭିକୁ ରଖିବା ସହ ବର୍ତ୍ତମାନ କରୋନା ସମୟ କହି ଦୋକାନ ବନ୍ଦ କରିଦେଇଥିଲା। ଦୀର୍ଘ ଦିନ ପରେ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କୁ ଟିଭି ଫେରାଇନଥିଲା। ବାରମ୍ବାର ଟିଭି ଖରାପ ହେବା ପରେ ମଧ୍ୟ ଠିକ ନହେବାରୁ ସେ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଖାଉଟି ଅଦାଲତର ସଭାପତି ପି କେ ପଣ୍ଡା ଏବଂ ସଦସ୍ୟା ସଲମା ବାନୋ ଏହି କେଶକୁ ନେଇ ଦୁଇ ପକ୍ଷକୁ ଡକାଇ ବିଚାରଣ କରିଥିଲେ। ତେବେ ଦୋକାନୀ ଏବଂ ସାମସଙ୍ଗ କମ୍ପାନି ଏଥିରେ ଦଣ୍ଡିତ ହୋଇଥିଲେ। ଫଳରେ କମ୍ପାନି ଶ୍ରୀ ପଟ୍ଟନାୟକଙ୍କୁ ଟିଭିର ଦାମ ୫୦,୭୦୦ ଟଂକା ସହ ୧୫ ହଜାର କମ୍ପେନସେସନ ଏବଂ ୩ ହଜାର ଟଂକା ହଇରାଣ ହୋଇଥିବାରୁ ଆସନ୍ତା ୩୦ ଦିନ ମଧ୍ୟରେ ପୈଠ କରିବା ପାଇଁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe