କମ୍ପାନିର ୭ ଲକ୍ଷ ଟଙ୍କା ଲୁଟି ନେଇ ଚୋରି ଅଭିଯୋଗ, ଯୁବକ ଗିରଫ; ଟଙ୍କା ଓ ସୁନା ଜବତ

Advertisment
କମ୍ପାନିର ୭ ଲକ୍ଷ ଟଙ୍କା ଲୁଟି ନେଇ ଚୋରି ଅଭିଯୋଗ, ଯୁବକ ଗିରଫ; ଟଙ୍କା ଓ ସୁନା ଜବତ

କେନ୍ଦ୍ରାପଡା : ଲକ୍ଷାଧିକ ଟଙ୍କା ଲୁଟି ତାହାକୁ ଚୋରିର ରୂପ ଦେଇଥିବା ଏକ ଠକକୁ ପୁଲିସ ଗିରଫ କରିଛି। ତା’ ନିକଟରୁ ସୁନା, ଟଙ୍କା, ଅନ୍ୟାନ୍ୟ ଆସବାବପତ୍ର ଜବତ କରାଯାଇଛି। ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅଞ୍ଚଳରେ। ଏକ ଘରୋଇ କୋରିଅର କମ୍ପାନିରେ ସୁପରଭାଇଜର୍ କାମ କରି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପୁଲିସ୍‌ ପ୍ରଭାକର ଦାସ (୨୪) ନାମକ ଜଣେ ଯୁବକକୁ ଗିରଫ କରିଛି। ପ୍ରଭାକର କମ୍ପାନି ଅର୍ଥକୁ ଠକି ପ୍ରେମିକାକୁ ସୁନା ଗହଣା ଉପହାର ଦେଉଥିଲା। ବ୍ୟାଙ୍କରେ ୭ ଲକ୍ଷରୁ ଅଧିକ ଟଙ୍କା ଜମା କରିବାକୁ ଯାଇଥିବା ବେଳେ ସବୁ ଟଙ୍କା ଲୁଟ୍ ହୋଇଗଲା ବୋଲି ଥାନାରେ ଅଭିଯୋଗ କରିଥିଲା। କିନ୍ତୁ ପୁଲିସ ତଦନ୍ତରୁ ପ୍ରଭାକରର କଳା କାରନାମା ଧରା ପଡ଼ି ଯାଇଥିଲା। ତା ନିକଟରୁ ନଗଦ ୪୦ ହଜାର ଟଙ୍କା, ଦାମୀ ମୋବାଇଲ୍, ଡେସ୍କ ଜେଟ୍ ପ୍ରିଣ୍ଟର, ସୁନାଗହଣା ଏବଂ ମୂଲ୍ୟବାନ ଆସବାବପତ୍ର ପୁଲିସ ଜବତ କରିଛି।

ଏସ୍‌ପି ନିତି ଶେଖର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ପ୍ରଭାକର ଏନ୍ଟେକ୍ସ ନାମକ ଏକ ଟ୍ରାନ୍ସପୋର୍ଟ ସର୍ଭିସ୍‌ରେ କାମ କରୁଥିଲା । ପ୍ରଭାକରର ଘର ଡେରାବିଶ୍ ଥାନା ସବଳଙ୍ଗ। ଉଡ଼ାନ୍ ଡେଲିଭରି କଷ୍ଟମର୍ ସର୍ଭିସ ସହ ଯୋଗଯୋଗ ସ୍ଥାପନ କରି ବିଭିନ୍ନ ସ୍ଥାନରୁ ଆସୁଥିବା ସାମଗ୍ରୀ, ଅର୍ଥ ଆଦି ନେଣଦେଣ କରୁଥିଲା। ଗତ ଫେବ୍ରୁଆରି ମାସରୁ ବାରୋର ତରାଣ୍ଡୋ ନିକଟରେ ୩ ଜଣ କର୍ମଚାରୀଙ୍କୁ ନେଇ ଏକ ଭଡ଼ା ଘରେ ଏହି ଅଫିସ୍‌ ଚାଲୁଥିଲା। ଗତ ୩ ତାରିଖରେ ପ୍ରଭାକର ଏକ ବାଇକ୍ ଡିକିରେ ୭ ଲକ୍ଷ ୭୬ ହଜାର ୨୧୨ ଟଙ୍କା ନେଇ କେନ୍ଦ୍ରାପଡ଼ା ଏଚଡିଏଫସି ବ୍ୟାଙ୍କକୁ ଜମା କରିବାକୁ ଯାଇଥିଲା। କିନ୍ତୁ ସେଠାରେ ଡିକିରୁ କେହି ଦୁର୍ବୃତ୍ତ ଟଙ୍କାତକ ଲୁଟି ନେଇ ପଳାଇ ଯାଇଛି ବୋଲି ସେ ନିକିରାଇ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe