ମଧ୍ୟରାତ୍ରୀରେ ଘରେ ପଶିଲେ ଡକାୟତ, ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ନଗଦ ୭ ଲକ୍ଷ ଟଙ୍କା ସହ ୧୮ ଭରି ସୁନା

Advertisment
ମଧ୍ୟରାତ୍ରୀରେ ଘରେ ପଶିଲେ ଡକାୟତ, ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ନଗଦ ୭ ଲକ୍ଷ ଟଙ୍କା ସହ ୧୮ ଭରି ସୁନା

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶାନ୍ତୁପୁର ଗ୍ରାମର ଭରତ ସାହୁଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏଥିରେ ୭ ଲକ୍ଷ ନଗଦ ଟଙ୍କା ସହିତ ୧୮ ଭରି ସୁନା ଲୁଟି ଡକାୟତି ମାନେ ଫେରାର ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶାନ୍ତୁପୁର ଗ୍ରାମର ଭରତ ସାହୁଙ୍କ ଘରକୁ ଶୁକ୍ରବାର ବିଳମ୍ବିତ ରାତିରେ ୧୨ରୁ ଉର୍ଦ୍ଧ୍ବ ସଶସ୍ତ୍ର ଡକାୟତ ପହଞ୍ଚିଥିଲେ। ଘରେ ପହଞ୍ଚି ପ୍ରଥମେ ଗ୍ରୀଲ ଭାଙ୍ଗି କବାଟ ଭାଙ୍ଗିଥିଲେ। ପରେ ଘର ମାଲିକ ଭରତଙ୍କ କୋଠରୀକୁ ଯାଇ ତାଙ୍କୁ ବନ୍ଧୁକ ଦେଖାଇ ଧମକ୍ ଦେବା ସହିତ ଟଙ୍କା ଓ ସୁନା ରଖିଥିବା ଟ୍ରେଜେରିର ଚାବି ମାଗିଥିଲେ। ଯଦି ଚାବି ନ ଦେବେ ତେବେ ତାଙ୍କୁ ଜୀବନରେ ମାରି ଦେବା ପାଇଁ ମଧ୍ୟ ଧମକ୍ ଦେଇଥିଲେ। ଏଥିରେ ଭୟଭୀତ ହୋଇ ଭରତଙ୍କ ପତ୍ନୀ ଚାବି ଦେଇଥିଲେ।

publive-image

ଏହା ପରେ ସେମାନେ ଘରେ ଥିବା ନଗଦ ୭ ଲକ୍ଷ ଟଙ୍କା ସହିତ ୧୮ ଭରି ସୁନା ନେଇ ପାଲାଇ ଥିଲେ। ଘରୁ ବାହାରିବା ପରେ ହୋ ହଲ୍ଲା ହେବାରୁ ସାଇ ପଡିଶା ଲୋକେ ଡକାୟତ ମାନଙ୍କୁ ଘେରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ସେମାନେ ବୋମା ଫୁଟାଇ ଗାଁ ଲୋକଙ୍କୁ ଭୟଭୀତ କରାଇ ପଳାଇବାର ସକ୍ଷମ ହୋଇଥିଲେ। ଘଟଣା ସମ୍ପର୍କରେ ଖପ୍ରାଖୋଲ ଥାନାରେ ଅଭିଯୋଗ ହେବା ପରେ ପୁଲିସ ପହଞ୍ଚିଥିଲା। ଶନିବାର ବଲାଙ୍ଗୀର ଏସପି ନୀତିନ କୁଶଲକରଙ୍କ ସମେତ ପୁଲିସ କର୍ମଚାରୀମାନେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe