ୱାଟର ସପ୍ଲାଏ ଗୋଦାମରୁ ୭ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି

Advertisment
ଭଗାମୁଣ୍ଡାର ୪ ଦୋକାନରୁ ଚୋରି

ସାଂକେତିକ ଫଟୋ

ଥୁଆପାଲି: ଭେଡ଼େନ ଥାନା ଋଷୁଡ଼ା ଫାଣ୍ଡି ଅନ୍ତର୍ଗତ ମହୁଲପାଲିରେ ଥିବା ୱାଟର ସପ୍ଲାଏ ପାଇପ୍‌ ଗୋଦାମରୁ ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଠିକା ସଂସ୍ଥାର ଅଧିକାରୀ ବିନାୟକ ଝା’ଙ୍କ ଅଭିଯୋଗ ମୁତାବକ ବର୍ତ୍ତମାନ ସମଗ୍ର ଭେଡ଼େନ ବ୍ଲକ୍‌ରେ ୱାଟର ସପ୍ଲାଏର କାମ ଚାଲିଛି।

ଫଳରେ ଜଳଯୋଗାଣ ଠିକା ସଂସ୍ଥାର ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ରଖିବା ପାଇଁ ମହୁଲପାଲିରେ ଏକ ଗୋଦାମ ଘର କରାଯାଇଛି। ହେଲେ ୨ ଦିନ ଆଗରୁ ଏହି ଗୋଦାମରୁ ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଚୋରି ହୋଇଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳ ସହ ଅନେକ ସ୍ଥାନକୁ ଯାଇ ତଦନ୍ତ କରୁଛି। ଏଥିସହ ସିସିଟିଭି ମଧ୍ୟ ଯାଞ୍ଚ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe