୭ ଲକ୍ଷ ଟଙ୍କା ମୂଲ୍ୟର ମଦ ଚୋରି

Advertisment
୭ ଲକ୍ଷ ଟଙ୍କା ମୂଲ୍ୟର ମଦ ଚୋରି

iStock

ତରଭା: ତରଭା ବିଦେଶୀ ମଦ ଦୋକାନରୁ ମଦ ଚୋରି ହୋଇଛି। ପ୍ରାୟ ୭ ଲକ୍ଷ ଟଙ୍କାର ମଦ ଚୋରି ହୋଇଥିବା ଜଣାଯାଇଛି।

ସୂଚନା ଅନୁସାରେ, ଗୁରୁବାର ରାତ୍ରିରେ ଚୋରମାନେ ତରଭାରେ ଥିବା ବିଦେଶୀ ମଦ ଦୋକାନର ସଟର ତାଲା ଭାଙ୍ଗି ମଦ ଚୋରି କରି ନେଇଛନ୍ତି। ଚୋରମାନେ ଦୋକାନରେ ଲାଗିଥିବା ସିସିଟିଭିର ଡିଭିଆର୍‌ ଏବଂ ହାର୍ଡଡିସ୍କ ବି ନେଇ ଯାଇଛନ୍ତି। ଖବର ପାଇ ତରଭା ଥାନା ଆଇଆଇସି ସୁବ୍ରତ ପାଣିଗ୍ରାହୀ ଓ ଏସ୍‌ଆଇ ଯଯାତି କେଶରୀ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନିକଟରେ ଥିବା ଦୋକାନମାନଙ୍କର ସିସିଟିଭି ଫୁଟେଜ ସଂଗ୍ରହ କରି ଚୋରାମାନଙ୍କୁ ଧରିବା ପାଇଁ ଅଧିକ ତଦନ୍ତ ଚଳାଇ ଥିବା ସୂଚନା ରହିଛି।

ପ୍ରକାଶ ଥାଉ କି, ଏହି ବିଦେଶୀ ମଦ ଦୋକାନ ପାଖରେ ଥିବା ହରିହର ଗ୍ୟାରେଜରୁ ମଧ୍ୟ କିଛି ମାସ ତଳେ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିଲା। ଏହି ଚୋରି ଘଟଣାରେ ପୁଲିସ ଏଯାଏଁ ଚୋରକୁ ଧରିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe