Advertisment

ଡିକି ଭାଙ୍ଗି ଚାଷୀଙ୍କ ୭୦ ହଜାର ଟଙ୍କା ଲୁଟ୍‌

Advertisment
ଝାରସୁଗୁଡ଼ା: ଜାତୀୟ ରାଜପଥରେ ପୁଣି ଲୁଟ୍‌ ଅଭିଯୋଗ

Sambad

ବୌଦ୍ଧ : ମୁରସୁଣ୍ଢିରେ ବାଇକ୍‌ ଡିକି ଭାଙ୍ଗି ୭୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ମୁଣ୍ଡିପଦର ପଞ୍ଚାୟତ ପଲସପାଟ ଗ୍ରାମର ହିମାଂଶୁ ପ୍ରଧାନ ଓ ରଞ୍ଜନ ପ୍ରଧାନ ସମବାୟ ବ୍ୟାଙ୍କରୁ କୃଷି ଋଣ କରିଥିଲେ। ବୁଧବାର ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କରୁ ସାଙ୍ଗ ହୋଇ ହିମାଂଶୁ ୪୦ ହଜାର ଟଙ୍କା ଓ ରଞ୍ଜନ ୩୦ ହଜାର ଟଙ୍କା ଉଠାଇ ଥିଲେ। ବାଇକର ଡିକିରେ ଉଭୟେ ଟଙ୍କା ରଖି ଉଭୟେ ୫୭ ନଂ ଜାତୀୟ ରାଜପଥରେ ଘରକୁ ଫେରୁଥିଲେ। ମୁରୁସୁଣ୍ଢିର ଏକ ବିହନ ଦୋକାନ ସମ୍ମୁଖରେ ବାଇକଟିକୁ ରଖି ବିହନ କିଣୁଥିଲେ। ଏହି ସମୟରେ ବୌଦ୍ଧ ପଟରୁ ଆସି ୨ ଜଣ ଦୁର୍ବୃତ୍ତ ଡିକି ଭାଙ୍ଗି ଉଭୟଙ୍କ ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe