ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଆଗରେ ସୋମବାର ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଜଣେ ବ୍ୟକ୍ତିଙ୍କଠାରୁ ୭୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ପ୍ରାପ୍ତ ସୂଚନା ଅନୁସାରେ, ଚମ୍ପୁଆ ବସ୍ତିର ମହମ୍ମଦ ଖଲିଲ ଚମ୍ପୁଆ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରୁ ୭୦ ହଜାର ଟଙ୍କା ଉଠାଇଥିଲେ। ଏକ ପଲିଥିନରେ ଟଙ୍କା ଭର୍ତ୍ତି କରି ସାଇକଲ ବାସ୍କେଟରେ ରଖି ଘରକୁ ଫେରୁଥିଲେ। ଚମ୍ପୁଆ ଥାନା ସମ୍ମୁଖ ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ପଲସର୍ ବାଇକ୍ରେ ଦୁଇଜଣ ଯୁବକ ଆସି ତାଙ୍କ ଟଙ୍କା ଭର୍ତ୍ତି ପଲିଥିନ ଝାମ୍ପି ନେଇ ଝାଡ଼ଖଣ୍ଡ ଆଡ଼କୁ ପଳାଇ ଯାଇଥିଲେ। ଏନେଇ ଖଲିଲ୍ ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ବ୍ୟାଙ୍କର ସିସିଟିଭି ଫୁଟେଜ୍କୁ ଆଧାର କରି ତଦନ୍ତ ଜାରି ରଖିଛି।
ଚମ୍ପୁଆ : ଥାନା ଆଗରୁ ୭୦ ହଜାର ଲୁଟ୍
Advertisment
Follow Us