ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି: ମିଳିଲା ୭୫ ଲକ୍ଷ ଟଙ୍କା, ୫୪ ଗ୍ରାମ ସୁନା, ୨.୬ କେଜି ରୁପା 

Advertisment
ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି: ମିଳିଲା ୭୫ ଲକ୍ଷ ଟଙ୍କା, ୫୪ ଗ୍ରାମ ସୁନା, ୨.୬ କେଜି ରୁପା 

ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଆଜି ଖୋଲାଯାଇଛି। ୫ ମାସ ବ୍ୟବଧାନରେ ଖୋଲା ଯାଇଥିବା ହୁଣ୍ଡିରୁ ୭୫ ଲକ୍ଷ ୮୮ ହଜାର ୪୦୫ ଟଙ୍କା, ସୁନା ୫୪.୩ ଗ୍ରାମ, ରୂପା ୨ କେଜି ୬୦୬ ଗ୍ରାମ ମିଳିଛି। ସେହିପରି ପୁରୁଣା ହଜାରେ ଟଙ୍କିଆ ୩ଟି ନୋଟ୍ ମିଳିଥିବା ବେଳେ ୨ଟି ଡଲାର୍ ମିଳିଛି। ୭ଟି ହୁଣ୍ଡିରୁ ମିଳିଥିବା ଟଙ୍କାକୁ ଆନ୍ଧ୍ର ବ୍ୟାଙ୍କକୁ ପ୍ରଦାନ କରାଯାଇଛି।

ମନ୍ଦିର ଟ୍ରଷ୍ଟ୍ ବୋର୍ଡ କର୍ତ୍ତୃପକ୍ଷ ଓ ଦେବୋତ୍ତର ବିଭାଗ ଇନସପେକ୍ଟରଙ୍କ ଉପସ୍ଥିତିରେ ଆଜି ପୂର୍ବାହଣରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇ ହୁଣ୍ଡି ଖୋଲା ଯାଇଥିଲା। ହୁଣ୍ଡିରୁ ବାହାରିଥିବା ଟଙ୍କା ଗଣତି ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସମେତ ରାୟଗଡ଼ା, ଜେକେପୁର ଭେଙ୍କେଟେଶ୍ବର ମନ୍ଦିରର ଭକ୍ତବୃନ୍ଦ, ଜେମସ୍ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ସାମିଲ୍ ହୋଇଥିଲେ। ୧୧ ଘଣ୍ଟା ଧରି ଗଣତି ପରେ ଟଙ୍କା, ସୁନା ଓ ରୂପାର ପରିମାଣ ଜଣା ପଡିଥିଲା। ହୁଣ୍ଡି ଗଣତି ପାଇଁ ଆଜି ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ମନ୍ଦିର ଟ୍ରଷ୍ଟ୍ ବୋର୍ଡର ରାଇସିଂ ବିଡିକା, ଦେବୋତ୍ତର ବିଭାଗ ଇନସପେକ୍ଟର ସୁକାନ୍ତ ପୂଜାରି, ରାୟଗଡ଼ା ତହସିଲଦାର ତାପସ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ରାୟଗଡ଼ା ଥାନା ଏଏସଆଇ ସୁରେଶ କୁମାର ବେହେରା ଓ ପୁଲିସ୍ ଟିମ୍ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ଆଇ. ସନ୍ନ୍ୟାସୀ ରାଜୁ, ପି. ବାସୁଦେବ ରାଓ, ଆର୍. କେ. ଦଳେଇ, ବି. ଶ୍ରୀନିବାସ ରାଓ, ଦେବେନ୍ଦ୍ର ବେହେରା, ବୃନ୍ଦାବନ ଜାନି ପ୍ରମୁଖ ହୁଣ୍ଡି ଗଣତିରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe