ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଆରମ୍ଭ, ୫ ପରିବାରକୁ ୮ ‌କୋଟି ୮୪ ଲକ୍ଷ ପ୍ରଦାନ

ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଆରମ୍ଭ, ୫ ପରିବାରକୁ ୮ ‌କୋଟି ୮୪ ଲକ୍ଷ ପ୍ରଦାନ

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ପାଇଁ ୭୫ ମିଟର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏହି ଜୋନ ଭିତ‌ରେ ଆସୁଥିବା ବାସେଳୀ ସାହି ଓ ମଣିକର୍ଣ୍ଣିକା ସାହିର ୫ ପରିବାର ପ୍ରଶାସନକୁ ଜମି ହସ୍ତାନ୍ତର କରିଛନ୍ତି। କ୍ଷତିପୂରଣ ବାବଦରେ ଏହି ପାଞ୍ଚ ପରିବାରଙ୍କୁ ୮ କୋଟି ୮୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ତେବେ ଏହି ପରିବାର ଆଗୁଆ ଜମି ହସ୍ତାନ୍ତର କରିଥିବାରୁ ‌ସେମାନଙ୍କୁ ସରକାରୀ ନିୟମ ମୁତାବକ ୧୦ ପ୍ରତିଶତ ଅର୍ଥ ପ୍ରଦାନ କରାଯାଇଛି।

ଆଜିର ଜମି ଅଧିଗ୍ରହଣ ପ୍ରକ୍ରିୟା ଶୁଭାରମ୍ଭ ହେବା ପ‌ରେ ଅଧିଗ୍ରହଣକୁ ନେଇ ନୂତନ ଆଶା ସଂଚାର ହୋଇଛି। ଖୁବଶୀଘ୍ର ଅନ୍ୟ ପରିବାର ମଧ୍ୟ ଜମି ହସ୍ତାନ୍ତର କରିବେ ବୋଲି ମଧ୍ୟ ଆଶା କରାଯାଉଛି। ସର୍ଭେ ସରିବା ପରେ ଜମି ଅଧିଗ୍ରହଣ ହୋଇଛି। ତେବେ ଏହି ଦୁଇ ସାହିର ପ୍ରାୟ ୩୦ ପରିବାର ଆଗୁଆ ଜମି ହସ୍ତାନ୍ତର କରିବାକୁ ଆବେଦନ କରିଛନ୍ତି। ଶ୍ରୀମନ୍ଦିର ଚତୁଃ ପାର୍ଶ୍ବରୁ ଅଧିଗ୍ରହଣ ସୁରୁଖୁରୁରେ ହେବ ବୋଲି ଆଶା ସଂଚାର ହୋଇଛି। ସରକାରଙ୍କ ପକ୍ଷରୁ ୫ ଜଣ ଆଇଏଏସ ଅଫିସର ସର୍ଭେ କାମ‌ରେ ନିୟୋଜିତ ଥିଲେ। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ କମ ଦିନ ଭିତରେ ଏ ଭଳି ବଡ ସଫଳତା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe