୮ କୋଟିର ଋଣ ଜାଲିଆତି ଓ ଚିଟ୍‌ଫଣ୍ଡ୍‌ ଘୋଟାଲା: ଇଓଡବ୍ଲ୍ୟୁ ତାଲିକାରେ ଆଉ ୫ କିଏ?

ଯୋଗାଣ ନିରୀକ୍ଷକଙ୍କ ଘର ଆଗରେ ଧାରଣା ଦେଇଥିଲେ ଆଇଟିଡିଏ କର୍ମଚାରୀ

୮ କୋଟିର  ଋଣ ଜାଲିଆତି ଓ ଚିଟ୍‌ଫଣ୍ଡ୍‌ ଘୋଟାଲା: ଇଓଡବ୍ଲ୍ୟୁ ତାଲିକାରେ ଆଉ ୫ କିଏ?

ଫୁଲବାଣୀ : ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଫୁଲବାଣୀ ଶାଖାରେ ହୋଇଥିବା ୮ କୋଟି ଟଙ୍କାର ଋଣ ଜାଲିଆତି ଏବଂ ଚିଟ୍‌ଫଣ୍ଡ ଘୋଟାଲାର ମାଷ୍ଟରମାଇଣ୍ଡ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ ଇଓଡବ୍ଲ୍ୟୁ ହାତରେ ଧରା ପଡ଼ିବାପରେ ଏବେ କାହାର ପାଳି ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ତେବେ, ଏହି ଜାଲିଆତି ଘଟଣାରେ ଜଡ଼ିତ ଆଉ ୫ ଜଣଙ୍କୁ ଧରିବାକୁ ଜାଲ ବିଛାଯାଇଥିବା କଥା ଇଓଡବ୍ଲ୍ୟୁର ଡିଏସ୍‌ପି ମନୋଜ କୁମାର ସାମନ୍ତ ସୂଚନା ଦେଇଛନ୍ତି। ଏହି ୫ ଜଣ କିଏ, ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଡେପୁଟି ମ୍ୟାନେଜର ଆଶୁତୋଷ ଏବଂ ପୂର୍ବତନ ଯୋଗାଣ ନିରୀକ୍ଷକ ସମରେଶ ରଞ୍ଜନ ଦାସଙ୍କ ମିଳିତ ଉଦ୍ୟମରେ ଏକ ଚିଟ୍‌ଫଣ୍ଡ ସଂସ୍ଥା ଗଠନ କରାଯାଇଥିଲା, ଯେଉଁଥିରେ କନ୍ଧମାଳ, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଅନେକ ଲୋକଙ୍କଠାରୁ ଟଙ୍କା ଉଠାଯାଇଛି। ହସ୍ତଗତ ତଥ୍ୟ ଅନୁସାରେ, କନ୍ଧମାଳ ଜିଲ୍ଲାର ବହୁ ବଡ଼ବଡ଼ ସରକାରୀ ଅଧିକାରୀଙ୍କ ଟଙ୍କା ମଧ୍ୟ ଏହି ଚିଟ୍‌ଫଣ୍ଡ ସଂସ୍ଥାରେ ଲାଗିଛି। ଏହାବ୍ୟତୀତ ଋଣ ଟଙ୍କାରୁ କିଛି ପରିମାଣ ସମରେଶଙ୍କ ଆକାଉଣ୍ଟକୁ ମଧ୍ୟ ଟ୍ରାନ୍ସଫର୍‌ ହୋଇଛି। ଏଣୁ ଏହି ପୂର୍ବତନ ଯୋଗାଣ ନିରୀକ୍ଷକ ଏବେ ଇଓଡବ୍ଲ୍ୟୁ ନଜରରେ ରହିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

publive-image

ସେହିପରି, ଏହି ଋଣ ଜାଲିଆତି ଘଟଣାରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଆଉ ଜଣେ ଅଧିକାରୀ ଏବଂ ବ୍ୟାଙ୍କ ଅଫ୍‌ ବରୋଦାର ଜଣେ ଅଧିକାରୀ ସାମିଲ୍‌ ଅଛନ୍ତି ବୋଲି ଆଲୋଚନା ହେଉଛି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି, କନ୍ଧମାଳ ଜିଲ୍ଲାରେ କାର୍ଯ୍ୟ କରୁଥିବା ଜଣେ ଦୁଇଜଣ ଜିଲ୍ଲାସ୍ତରୀୟ ଅଫିସର୍‌ଙ୍କ ଟଙ୍କା ଏଥିରେ ଲାଗିଥିବାରୁ ସେମାନଙ୍କୁ ମଧ୍ୟ ଇଓଡବ୍ଲ୍ୟୁ ତଦନ୍ତ ପରିସରଭୁକ୍ତ କରିପାରେ।

ଅନ୍ୟପଟେ, କନ୍ଧମାଳ ଜିଲ୍ଲାର ବିଭିନ୍ନ ସରକାରୀ କର୍ମଚାରୀ ବିଶେଷକରି ଆଇଟିଡିଏ କର୍ମଚାରୀ, ଯେଉଁମାନେ ଚିଟ୍‌ଫଣ୍ଡ୍‌ ସଂସ୍ଥାରେ ଜମା ରଖିବାକୁ ସମରେଶଙ୍କୁ ନିଜ କଷ୍ଟାର୍ଜିତ ଟଙ୍କା ଦେଇଛନ୍ତି, ଟଙ୍କା ଫେରି ପାଇବା ପାଇଁ ଗତ କିଛିମାସ ତଳେ ସେମାନେ ସମରେଶଙ୍କୁ ଖୋଜିଖୋଜି ତାଙ୍କ ଭୁବନେଶ୍ବର ବାସଭବନ ସାମ୍ନାରେ ଅନଶନରେ ବସିଥିଲେ। ଟଙ୍କା ଫେରି ପାଇବା ପାଇଁ ଫୁଲବାଣୀ ଆଇଟିଡିଏ ଅଫିସର ଜଣେ କର୍ମଚାରୀ ସମରେଶଙ୍କ ଭୁବନେଶ୍ବର ଘର ସାମ୍ନାରେ ଅନଶନରେ ବସିଥିବା ଫଟୋ ମଧ୍ୟ ଭାଇରାଲ୍‌ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe