The Indian Express
ନୂଆପଡ଼ା : ଆଉ ୫ ଦିନ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହାକୁ ନେଇ ଗାଁ ଗାଁରେ ଉତ୍ସାହ ଦେଖାଦେବା ସହ ଜୋରସୋର ପ୍ରସ୍ତୁତି ଚାଲିଛି। ହେଲେ ନୂଆପଡ଼ା ଜିଲ୍ଲାର ଗରିବ ଶ୍ରମିକଙ୍କ ମଧ୍ୟରେ ଆଦୌ ଉତ୍ସାହ ଦେଖାଦେଇନାହିଁ।
ଶ୍ରମିକମାନେ ମନରେଗାରେ କାମ କରିଥିବା ପାଉଣା ନୂଆଁଖାଇରେ ପାଇବାକୁ ଆଶା ରଖିଥାନ୍ତି। ପାଉଣା ପାଇଲେ ପରିବାର ଲୋକଙ୍କ ପାଇଁ ନୂଆ ପୋଷାକ ସହ ବିଭିନ୍ନ ସାମଗ୍ରୀ କିଣାବିକା କରିଥାନ୍ତି। ହେଲେ ପ୍ରଶାସନର ଅବହେଳା ସଂପୃକ୍ତ ଶ୍ରମିକମାନେ କାମ କରିଥିଲେ ମଧ୍ୟ ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ମିଳିନାହିଁ। ୨୦୧୯ରୁ ଜିଲ୍ଲାରେ ଶ୍ରମିକଙ୍କ ୭ କୋଟି ୯୦ ଲକ୍ଷ ୬୬ ହଜାର ୭୧୮ ଟଙ୍କା ପାଉଣା ବକେୟା ପଡ଼ିଥିବା ଜଣାପଡ଼ିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଭଳି ନୀତି ଯୋଗୁଁ ନୂଆପଡ଼ା ଜିଲ୍ଲାରେ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ଅଭିଯୋଗ ହେଉଛି। ବାଧ୍ୟହୋଇ ଶ୍ରମିକମାନେ ଦାଦନ ଦଲାଲଙ୍କଠାରୁ ଅଗ୍ରିମ ନେଇ ନୂଆଁଖାଇ ପାଳନ କରୁଥିବା ଜଣାଯାଇଛି।
ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା ଦାଦନପ୍ରବଣ ଜିଲ୍ଲା ହୋଇଥିବା ବେଳେ କାମଧନ୍ଧା ଅଭାବ ହେତୁ ଜିଲ୍ଲାରୁ ପ୍ରତିବର୍ଷ ୧ ଲକ୍ଷରୁ ଅଧିକ ଲୋକ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥା’ନ୍ତି। ଏହାକୁ ରୋକିବା ପାଇଁ ସରକାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜିଲ୍ଲାର ବହୁ ଶ୍ରମିକ ପରିବାରକୁ ନିୟୋଜିତ କରି କାମ ଦେଇଥିଲେ। ହେଲେ, ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଶ୍ରମିକମାନେ କାମ କରିଥିଲେ ସୁଦ୍ଧା ସେମାନଙ୍କ ପାଉଣା ମିଳିପାରୁ ନାହିଁ। ଜିଲ୍ଲାର ୫ଟି ବ୍ଲକ୍ରେ ୭ କୋଟି ୯୦ ଲକ୍ଷ ୬୬ ହଜାର ୭୧୯ ଟଙ୍କା ମନରେଗା ପାଉଣା ବକେୟା ରହିଥିବା ଜଣାପଡିଛି।
/sambad/media/post_attachments/wp-content/uploads/2022/03/mgnarega.jpg) Business Minds Today
 Business Minds Todayରିପୋର୍ଟ ଅନୁଯାୟୀ, ନୂଆପଡ଼ା ବ୍ଲକରେ ୧ କୋଟି ୧୩ ଲକ୍ଷ ୭୬ ହଜାର ୧୪୫ ଟଙ୍କା, କୋମନା ବ୍ଲକରେ ୧ କୋଟି ୪୦ ଲକ୍ଷ ୩୧ହଜାର ୭୨୫ ଟଙ୍କା, ଖରିଆର ବ୍ଲକରେ ୨ କୋଟି ୫୦ ଲକ୍ଷ ୬୦ ହଜାର ୯୨୮ ଟଙ୍କା, ବୋଡ଼େନ ବ୍ଲକରେ ୧ କୋଟି ୧୬ ଲକ୍ଷ ୫୨ ହଜାର ୮୭୫ ଟଙ୍କା ଏବଂ ସିନାପାଲି ବ୍ଲକରେ ୧ କୋଟି ୬୯ ଲକ୍ଷ ୪୫ ହଜାର ୪୫ ଟଙ୍କା ୨୦୧୯ରୁ ବକେୟା ରହିଥିବା ଜଣାପଡ଼ିଛି। ପ୍ରାପ୍ୟ ଯୋଗାଇ ଦେବାକୁ ଶ୍ରମିକମାନେ ପଞ୍ଚାୟତ, ବ୍ଲକ୍ ତଥା ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି ଛଡ଼ା ସେମାନଙ୍କୁ ଆଉ କିଛି ମିଳିପାରୁ ନାହିଁ। ବାରମ୍ବାର ଅଫିସ୍କୁ ଦୌଡ଼ୁଥିଲେ ମଧ୍ୟ ସେମାନେ ଆଦୌ କର୍ଣ୍ଣପାତ କରୁନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।
ତେବେ, ଆଗକୁ ନୂଆଁଖାଇ ରହିଥିବା ବେଳେ ହାତରେ ଟଙ୍କାଟିଏ ନଥିବାରୁ ଶ୍ରମିକମାନେ ଚିନ୍ତାରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ଦାଦନ ଦଲାଲ ମାନେ ଗାଁ ଗାଁରେ ପ୍ରହରା ଦେଉଥିବା ବେଳେ ବାଧ୍ୟ ହୋଇ କିଛି ଶ୍ରମିକ ପାଉଣା ରଖି ଦାଦନ ଯିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଗୁରୁତ୍ବର ସହ ଏହାକୁ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସଚେତନ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ନୂଆପଡ଼ା ପିଡି ଡିଆର୍ଡିଏ ମଧୁଛନ୍ଦା ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2022/03/mgnrega-1.jpg)