ହଳଦୀଗୁଡ଼ା ଗ୍ରାମରେ ସଶସ୍ତ୍ର ଡକାୟତି, ଲୁଟି ନେଲେ ୮ ଲକ୍ଷ ୧୫ ହଜାର ଟଙ୍କା

ଧରାପଡ଼ିଲା ବାଇକ୍‌ ଲୁଟେରା ଦିଗ୍‌ବିଜୟ: ୯ ବାଇକ୍‌ ଜବତ, ବନ୍ଧକ ରଖି ଫସିଲେ

Odisha Bytes

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ ହଳଦୀଗୁଡ଼ା ଗ୍ରାମରେ ସୋମବାର ବିଳମ୍ବିତ ରାତ୍ର ପ୍ରାୟ ଗୋଟାଏ ବେଳେ ଜଣଙ୍କ ଘରେ ପଶି ସଶସ୍ତ୍ର ଡକାୟତି ହୋଇଛି। ଏଥିରେ ପରିବାରର ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଘରୁ ୮ ଲକ୍ଷ ୧୫ ହଜାର ଟଙ୍କା ଡକାୟତ କରି ଦୁର୍ବୃତ୍ତମାନେ ଆଖି ପିଛୁଲାକେ ଚାଲିଗଲେ। ଏଥିରେ ହଳଦୀଗୁଡ଼ା ଗ୍ରାମର କିଛି ଲୋକ ବାହାରି ଦୁର୍ବୃତ୍ତମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଦୁର୍ବୃତ୍ତମାନେ ମାରଣଅସ୍ତ୍ର ଦେଖାଇବାରୁ ଗ୍ରାମବାସୀ ଭୟରେ ସେମାନଙ୍କ ସମ୍ମୁଖ କୁ ଆସି ପାଟି ନ ଥିଲେ।

ଘଟଣା ପରେ ନବରଙ୍ଗପୁର ଏସପି ନୀତିଶ କୁଶଳ କର, ଡାବୁଗାଁ ପୁଲିସ ସହ ଏକ ଅନୁସନ୍ଧାନ କରି ଦଳ ହଳଦୀଗୁଡ଼ା ଯାଇ ତଦନ୍ତ କରି ଫେରିଛନ୍ତି। ହଳଦୀଗୁଡ଼ା ଗ୍ରାମର ହସ୍ ନେମ୍ ଖାନଙ୍କ ଘରେ ପଶି ଦୁର୍ବୃତ୍ତମାନେ ଏପରି ସଶସ୍ତ୍ର ଡକାୟତି କରିଛନ୍ତି। ସୂଚନା ଅନୁଯାୟୀ ସୋମବାର ରାତ୍ର ପ୍ରାୟ ଗୋଟାଏରେ ଡାବୁଗାଁ ଥାନା ଅନ୍ତର୍ଗତ ହଳଦୀଗୁଡ଼ା ଗ୍ରାମର ହସ୍ ନେମ୍ ଖାନଙ୍କ ଘରେ ୫ ଟି ବାଇକରେ ପ୍ରାୟ ୧୫ ଜଣ ଦୁର୍ବୃତ୍ତ ବାଡି ପଟ କବାଟ ଭାଙ୍ଗି ବିଭିନ୍ନ ମାରଣାସ୍ତ୍ର ଧରି ଧସେଇ ପଶିଥିଲେ। ପ୍ରଥମେ ହସ୍ ନେମଙ୍କ ପୁଅ ଜିଲ୍ କରକୁ ଏକ ଲୁହା ରୋଡରେ ବାଡେଇ ଥିଲେ।

ପୁଅର ଚିତ୍କାର ପରେ ପାଖ ରୁମରେ ସୋଇଥିବା ହସ୍ ନେମ୍ ଖାନ୍ ଓ ସ୍ତ୍ରୀ ସହନାଜ୍ ବେଗମ୍ ଉଠି କଣ ହେଲା ବୋଲି ଦେଖିବା ପରେ ଡକାୟତ ମାନେ ଘର ମଧ୍ୟେ ରଖିଥିବା ଟଙ୍କା ଦେବାକୁ କହିଥିଲେ। ନ ହେଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏପରିକି ଖଣ୍ଡା ଓ ମାରଣଅସ୍ତ୍ର ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କୁ ଆଘାତ କରିଥିଲେ। ଏଥିରେ ଭୟଭୀତ ହୋଇ ହସ୍ ନେମର ସ୍ତ୍ରୀ ସହନାଜ୍ ବେଗମ୍ ଆଲ୍ ମୀରା ଚାବି ଡକାୟତଙ୍କ ହାତରେ ବଡାଇ ଦେଇଥିଲେ। ଡକାୟତମାନେ ଆଲମୀରା ମଧ୍ୟରେ ଥିବା ୮ ଲକ୍ଷ ୧୧ ହଜାର ଟଙ୍କା ଲୁଟି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe