iStock
ବେତନଟୀ: ବେତନଟୀ ଥାନା ଅଧୀନ ତୁଳସୀଚୌରାଠାରେ ଥିବା ସରକାରୀ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନର ଗ୍ରୀଲ୍ ତାଡ଼ି ଲକ୍ଷାଧିକ ଟଙ୍କାର ମଦ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ। ଏ ନେଇ ଦୋକାନ ମ୍ୟାନେଜର କାର୍ତ୍ତିକ ଚନ୍ଦ୍ର ଦାସ ବେତନଟୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଆଇଆଇସି ରେଣୁବାଳା ସାହୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।
ଏଥିସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାର ତଦନ୍ତ କରୁଛି। ଦୋକାନରୁ ମୋଟ୍ ମୋଟ ୯ ଲକ୍ଷ ଟଙ୍କାର ମଦ ଲୁଟ୍ ହୋଇଥିବା ଅଭିଯୋଗ ଆସିଛି।
Follow Us