ବ୍ୟାଙ୍କରୁ ୯୦ ହଜାର ଉଠାଇ ଘରକୁ ଆସୁଥିଲେ ବ୍ୟକ୍ତି, ଚତୁରତାର ସହିତ ନେଇଗଲେ ଲୁଟେରା

Advertisment
ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

(Representational immage) )Times of India

ରାୟଗଡା: ରାୟଗଡ଼ା ସହରରେ ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ବାଇକରେ ରଖାଯାଇଥିବା ୯୦ ହଜାର ଟଂକାକୁ ଲୁଟେରା ଲୁଟି ନେଇଥିବା ଜଣାପଡିଛି। ସ୍ଥାନୀୟ ବାସିନ୍ଦା ଏମ.ସତ୍ୟନାରାୟଣ ଷ୍ଟେଟ ବ୍ୟାଙ୍କର କୃଷି ଉନ୍ନୟନ ଶାଖାରୁ ଟଂକା ଉଠାଇଥିଲେ। ବ୍ୟାଙ୍କରୁ ହିଁ ଲୁଟେରାମାନେ ତାଂକୁ ଅନୁସରଣ କରୁଥିଲେ।ସେ ଯେଉଁ ବାଇକରେ ଆସିଥିଲେ, ସେହି ବାଇକକୁ ଅତି ଚତୁରତାର ସହ ପମ୍ପଚର କରାଯାଇଥିଲା। ସତ୍ୟନାରାୟଣ ବାଇକରେ ବସି ବସଷ୍ଟାଣ୍ଡ ନିକଟରେ ପହଞ୍ଚିଲା ବେଳକୁ ବାଇକ ପମ୍ପଚର ହୋଇଥିବା ଜାଣି ସେହି ନିକଟରେ ଥିବା ଏକ ଟାୟାର ପଞ୍ଚର ଦୋକାନରେ ମଟର ସାଇକେଲ ମରାମତି ପାଇଁ ଅଟକିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାକୁ ଅନୁକରଣ କରୁଛନ୍ତି। ସତ୍ୟନାରାୟଣ ୯୦ ହଜାର ଟଂକାକୁ ବାଇକର ପେଟ୍ରୋଲ ଟାଙ୍କି ଉପରେ ଥିବା ଏକ କଭରରେ ରଖିଥିଲେ। ବାଇକକୁ ମରାମତି କରିବା ପାଇଁ ଦେଇ ସେଠାରେ ବସି ଗପ କରୁଥିଲେ।

ତେବେ ଲୁଟେରାମାନେ ଅତି ଚତୁରତାର ସହ ସେହି ବାଇକରୁ ୯୦ ହଜାର ଟଂକା ନେଇ ସେଠାରେ ଚମ୍ପଟ ମାରିଥିଲେ। ପରେ ସତ୍ୟନାରାୟଣ ଟଂକା କାଢିବା ପାଇଁ କଭର ଖୋଲିବା ବେଳକୁ ଟଂକା ଗାଏବ ହୋଇଯାଇଥିଲା। ତୁରନ୍ତ ଏନେଇ ରାୟଗଡା ଟାଉନ ଥାନାରେ ଏତଲା ଦାୟର କରିଥିଲେ। ଏତଲାକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ଥିବା ସିସିଟିଭି ଫୁଟେଜକୁ ତଦନ୍ତ କରିବା ପରେ ଜଣାପଡ଼ିଥିଲା ଯେ ଦୁଇ ଜଣ ଲୁଟେରା ଟଂକା ଲୁଟ କରି ଏକ ବାଇକ୍‌ ସାଇକେଲରେ ଯାଉଛନ୍ତି।ତେବେ ଫୁଟେଜ ଠିକ ଭାବେ ଦେଖାଯାଉନଥିବାରୁ ପୁଲିସ ପାଇଁ କଡା ଚ୍ୟାଲେଞ୍ଜ ହୋଇଥିବା ଜଣାପଡିଛି। ଆଇଆଇସି କେବିକେ କଅଁର କିନ୍ତୁ ଲୁଟେର ଖୁବଶୀଘ୍ର ଧରାପଡିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe