ଏଟିଏମ୍‌ କାର୍ଡ ବଦଳାଇ ଉଠାଇନେଲା ୯୦ ହଜାର

ଏଟିଏମ୍‌ କାର୍ଡ ବଦଳାଇ ଉଠାଇନେଲା ୯୦ ହଜାର

Times of India

ଚଣ୍ଡିଖୋଲ : ଯୁବକଙ୍କୁ ଭୁଆଁ ବୁଲାଇ ତାଙ୍କ ଏଟିଏମ୍‌ରୁ ୯୦ ହଜାର ଟଙ୍କା ଉଠାଇ ନେଇ ଜଣେ ଅଜଣା ବ୍ୟକ୍ତି ଚମ୍ପଟ ମାରିଛି। ଏନେଇ ଠକେଇର ଶିକାର ହୋଇଥିବା ଯୁବକ କୁନ୍ଦଳ ପଞ୍ଚାୟତ ଗରଗାଲି ଗ୍ରାମର ଶିଶିରକାନ୍ତ ବିଶ୍ବାଳ ବଡ଼ଚଣା ଥାନାରେ ଅଭିଯୋଗ କରିଛନ୍ତି। ସେ ରବିବାର ସକାଳେ ଚଣ୍ଡିଖୋଲ ଷ୍ଟେଟ ବ୍ୟାଙ୍କ ନିକଟ ଏଟିଏମକୁ ଟଙ୍କା ଉଠାଇବାକୁ ଆସିଥିଲେ। ସେଠାରେ ଥିବା ଜଣେ ଅଜଣା ବ୍ୟକ୍ତି ଚାଲାକି କରି ତାଙ୍କ କାର୍ଡଟିକୁ ମାଗି ନେଇଥିଲା। ସଂପୃକ୍ତ ବ୍ୟକ୍ତିଙ୍କ କହିବା ଅନୁସାରେ ଶିଶିର ପିନ୍‌ ମାରିଥିଲେ। ପରେ ଅଜଣା ବ୍ୟକ୍ତିଜଣକ ତାଙ୍କୁ ଏକ ନକଲି କାର୍ଡ ଧରାଇ ସେଠାରୁ ପଳାଇଥିଲା।

ଶିଶିର ନକଲି କାର୍ଡକୁ ମେସିନରେ ପୂରାଇବାରୁ ଟଙ୍କା ବାହାରିନଥିଲା। ସେ ତୁରନ୍ତ ବ୍ୟାଙ୍କ ଭିତରକୁ ଯାଇ ତାଙ୍କ ବ୍ୟାଙ୍କ ଖାତା ଯାଞ୍ଚ କରିବାରୁ କିଛି ସମୟ ବ୍ୟବଧାନ ଭିତରେ ତାଙ୍କ ଆକାଉଣ୍ଟରୁ  ୯୦ ହଜାର ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ। ଏଟିଏମ ମାଧ୍ୟମରେ  ୪ ଥର ୧୦ ହଜାର ଲେଖାଏଁ ଟଙ୍କା ଏବଂ ୪ ଟି ପେଟ୍ରୋଲ ପମ୍ପରୁ  ୫୦ ହଜାର ଟଙ୍କା ଉଠାଯାଇଥିବା ସ୍ପଷ୍ଟ ହୋଇଥିଲା। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe