ଶିକ୍ଷୟିତ୍ରୀଙ୍କ ଠାରୁ ୨ ଲକ୍ଷ ଲୁଟି ନେଲେ ଲୁଟେରା, ଅଭିଯୋଗ ପରେ ପୁଲିସ୍‌ର ଛାନ୍‌ଭିନ୍‌ ଜାରି

Advertisment
ଶିକ୍ଷୟିତ୍ରୀଙ୍କ ଠାରୁ ୨ ଲକ୍ଷ ଲୁଟି ନେଲେ ଲୁଟେରା, ଅଭିଯୋଗ ପରେ ପୁଲିସ୍‌ର ଛାନ୍‌ଭିନ୍‌ ଜାରି

ଭଦ୍ରକ:  ଦିନ ଦ୍ବିପ୍ରହରରେ ଲୁଟ୍‌ର ଶିକାର ହେଲେ ଶିକ୍ଷୟିତ୍ରୀ। ବ୍ଲାକ ପଲସରରେ ଆସି ଜନଗହଳିପୂର୍ଣ୍ଣ ବନ୍ତ ଛକ ନିକଟରୁ ଶିକ୍ଷୟିତ୍ରୀଙ୍କ ବ୍ୟାଗରୁ ଦୁଇ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା। ଥାନାରେ ଅଭିଯୋଗ ହେବା ପରେ ପୁୁଲିସ୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନ୍‌ଭିନ୍ ଜାରି ରଖିଛି।

ପୁଲିସ ନିକଟରେ ‌ହୋଇଥିବା ଅଭିଯୋଗ ଅନୁସାରେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ବେନ୍ତାଳ ଗ୍ରାମର ରତିକାନ୍ତ ମିଶ୍ର ଓ ତାଙ୍କ ଶିକ୍ଷୟତ୍ରୀ ପତ୍ନୀ ଉଷାରାଣି ମିଶ୍ର ଆଜି ଭଦ୍ରକ ଅପର୍ତ୍ତିବିନ୍ଧାସ୍ଥିତ ମୁଖ୍ୟ ଶାଖାରୁ ଦୁଇ ଲକ୍ଷ ଟଙ୍କା ଉଠାଇଥିଲେ। ଉଠାଇଥିବା ଟଙ୍କାକୁ ପତ୍ନୀ ଉଷାରାଣୀ ନିଜ ଭ୍ୟାନିଟ ବ୍ୟାଗରେ ରଖିଥିଲେ। ଉଭୟ ଦମ୍ପତି ଘରକୁ ଫେରୁଥିଲେ। ଜନଗହଳିପୂର୍ଣ୍ଣ ବନ୍ତ ଛକ ନିକଟରେ ଦୁଇ ଜଣ ଲୁଟେରା ପଲସରରେ ଆସି ଶିକ୍ଷୟିତ୍ରୀଙ୍କ ଭ୍ୟାନିଟ ବ୍ୟାଗକୁ ଝାମ୍ପିନେଇ ଦୁଇ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଲୁଟ୍‌ର ଶିକାର ହୋଇ  ଦମ୍ପତି ଚିତ୍କାର କରୁଥିବା ବେଳେ, ଲୁଟେରାଙ୍କ ସନ୍ଧାନ କେହି ପାଇନଥିଲେ। ଏନେଇ ଦମ୍ପତି ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ଏହାର ତଦନ୍ତ ଜାରି କରିଥିବା ଜଣାପଡିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe