ଗାଁ କଲ୍ୟାଣ ସମିତିକୁ ୧୦ହଜାର ଟଙ୍କା

Advertisment
ଗାଁ କଲ୍ୟାଣ ସମିତିକୁ ୧୦ହଜାର ଟଙ୍କା

nrhmorissa.gov.in

ଭୁବନେଶ୍ବର : ଗାଁ ସ୍ତରରେ କରୋନା ମୁକାବିଲା କରିବା, କରୋନା ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ଗାଁ କଲ୍ୟାଣ ସମିତିକୁ ୧୦ହଜାର ଟଙ୍କା ଲେଖାଏଁ ଦେବାକୁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏବଂ ଏନ୍‌ଏଚ୍‌ଏମ୍‌ ପିଆଇପିରୁ ଏହି ଅର୍ଥ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ସ୍ବାସ୍ଥ୍ୟ ବିଭାଗର ନିଷ୍ପତ୍ତି ଅନୁଯାୟୀ, ଗୋଟିଏ ଗାଁ କଲ୍ୟାଣ ସମିତିକୁ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦିଆଯାଇପାରିବ। କିନ୍ତୁ ୫ହଜାର ଟଙ୍କା ଲେଖାଏଁ ଗୋଟିଏ କିସ୍ତିରେ ମିଳିବ। କାମର ହିସାବ ଦେଖି ଏହି ଅର୍ଥ ମିଳିବ। ୨୦୨୧-୨୨ ବର୍ଷରେ ଏହି ଅର୍ଥ ଦିଆଯାଇପାରିବ। କିନ୍ତୁ ପ୍ରତ୍ୟେକ କିସ୍ତି ଟଙ୍କା ୟୁସି ମିଳିବା ପରେ ପ୍ରଦାନ କରାଯିବ।

ପ୍ରଥମ ଦୁଇଟି କିସ୍ତିରେ ଯେଉଁ ୧୦ହଜାର ଟଙ୍କା ପ୍ରଦାନ କରାଯିବ ତାହା ଏନ୍‌ଏଚ୍‌ଏମ୍‌ ପିଆଇପି ପାଣ୍ଠିରୁ ମିଳିବ। ଏହାପରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବାକି ଅର୍ଥ ପ୍ରଦାନ କରାଯିବ। ଏଥିରେ ମାଇକ୍ ଯୋଗେ ପ୍ରଚାର, ପୋଷ୍ଟର ପ୍ରଚାର, ବାଜା ବଜାଇ, ଲିଫ୍‌ଲେଟ୍‌ ବାଣ୍ଟି ପ୍ରଚାର କରିବା ବାବଦକୁ କିମ୍ବା କାନ୍ଥରେ ଚିତ୍ର ବା ହୋର୍ଡିଂ ବାବଦକୁ ୭ହଜାର ଟଙ୍କା, ଗରିବ ଲୋକଙ୍କୁ ମାସ୍କ ଓ ସାବୁନ୍ ବାଣ୍ଟିବା ବାବଦକୁ ୨ହଜାର ଟଙ୍କା, ଟିକା ନେବାକୁ ବା ଟେଷ୍ଟିଂ ପାଇଁ ଲୋକଙ୍କୁ ପଠାଇବା ଗାଡ଼ି ଖର୍ଚ୍ଚ ବାବଦକୁ ତିନି ହଜାର ଟଙ୍କା, ଆକ୍ରାନ୍ତଙ୍କ ଘର ବିଶୋଧନ କରିବା ବାବଦକୁ ୩ହଜାର ଟଙ୍କା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଓ ଗାଁ କଲ୍ୟାଣ ସମିତି ବୈଠକ ବାବଦକୁ ୫ହଜାର ଟଙ୍କା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe