ଝାମ୍ପିନେଲେ ୨ ଲକ୍ଷ ୬୦ ହଜାର ଟଙ୍କା

Advertisment
ବଙ୍ଗୋମୁଣ୍ଡା ଅଞ୍ଚଳରେ କଳା ପଲସର ଗ୍ୟାଙ୍ଗ୍‌ ସକ୍ରିୟ, ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍‌

ବୌଦ୍ଧ : କିଛି ଦିନର ବ୍ୟବଧାନ ପରେ ବୌଦ୍ଧ ସହରରେ ପୁଣି ବାଇକରୁ ଟଙ୍କା ଲୁଟ୍‌ ଘଟଣାର ପୁନରାବୃତ୍ତି ହୋଇଛି। ବାଇକ୍‌ ପଛରେ ବସିଥିବା ଜଣେ ବ୍ୟକ୍ତିଙ୍କ ହାତରୁ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ ଝାମ୍ପି ନେଇଛନ୍ତି। ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଛାନଭିନ ଆରମ୍ଭ କରିଛି।

ପୁଲିସ ସୂଚନା ଅନୁସାରେ ବଡ଼ବାଗବର ଗ୍ରାମର ବ୍ୟାଙ୍କ ମିତ୍ର ଭାବରେ କାମ କରୁଥିବା ମାନସ ସାହୁ ଶୁକ୍ରବାର ତାଙ୍କ ୟୁନିୟନ ବ୍ୟାଙ୍କ ଜମାଖାତାରୁ ୨ ଲକ୍ଷ ୬୦ ହଜାର ଟଙ୍କା ଉଠାଇଥିଲେ। ତାଙ୍କ ସହକର୍ମୀ ଗୋଦରାବେଣୀ ଗ୍ରାମର ରଞ୍ଜିତ ଦାଶଙ୍କ ସହ ବାଇକ୍‌ (ଓଡି୨୭-ବି-୫୦୬୭)ରେ ଆନ୍ଧ୍ର ବ୍ୟାଙ୍କକୁ ଯାଉଥିଲେ। ରଞ୍ଜିତ ବାଇକ ଚଳାଉଥିବା ବେଳେ ମାନସ ଟଙ୍କା ଭରିଥିବା କପଡ଼ା ବ୍ୟାଗକୁ ହାତରେ ଧରି ପଛରେ ବସିଥିଲେ। ଦିନ ପ୍ରାୟ ୧.୪୦ରେ ୫୭ ନମ୍ବର ଜାତୀୟ ରାଜପଥର ପୁରୁଣା ଆଇଟିଆ କଲେଜ ସମ୍ମୁଖ ବଗିଚା ସାହି ଗଳି ବୁଲାଣିରେ ଯିବା ସମୟରେ ପଛ ପଟରୁ ଦୁଇ ଜଣ ଯୁବକ ବାଇକ୍‌ରେ ଆସି ମାନସଙ୍କ ହାତରୁ ଟଙ୍କା ବ୍ୟାଗ ଝାମ୍ପି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe