୧୦୦୦ଟଙ୍କା ପାଇଁ ୫୦୦ ଖର୍ଚ୍ଚ! ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଶତାଧିକ ହିତାଧିକାରୀ

୧୦୦୦ଟଙ୍କା ପାଇଁ ୫୦୦ ଖର୍ଚ୍ଚ! ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଶତାଧିକ ହିତାଧିକାରୀ

ରାୟଗଡ଼ା: ରାଜ୍ୟ ସରକାର ପ୍ରତ୍ୟେକ ରାସନକାର୍ଡଧାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ ନେଇ ଘୋଷଣା କରିବା ପରେ ଜିଲ୍ଲାରେ ଖୁସିର ଲହରି ଖେଳିଗଲା ସତ। କିନ୍ତୁ କିଛି ଦିନ ହେଲା ଏହି ଟଙ୍କା ପାଇବା ଆଶାରେ ହିତାଧୀକାରୀମାନେ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହୋଇଛି।  କିଛି ଦିନ ହେଲା ଇଣ୍ଟରନେଟ୍‌ ସମସ୍ୟା ଥିବାରୁ ସକାଳ ୫ଟାରୁ ଲାଇନରେ ଛିଡ଼ା ହୋଇ ଖର୍ଚ୍ଚାନ୍ତ ହେବା ସହ ଦୁର ଦୁରାନ୍ତରରୁ ଆସୁଥିବା ହିତାଧିକାରୀମାନେ ୧୦୦୦ ଟଂକା ପାଇଁ ୫୦୦ ଟଙ୍କା ଖର୍ଚ୍ଚ କରିଥିବା ପ୍ରକାଶ କରିଥିଲେ।ଏପରିକି ଆଜି ଶତାଧିକ ହିତାଧିକାରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଆମକୁ ଯଦି ଟଂକା ଦେବାର ଥିବା ଏଭଳି ହଇରାଣ କାହିଁକି ରାଜ୍ୟ ସରକାର କରୁଛନ୍ତି ବୋଲି ହିତାଧିକାରୀମାନେ ଅଭିଯୋଗ କରିଥିଲେ।

ବିଶେଷକରି ମହିଳାମାନେ ନାହିଁ ନଥିବା ହଇରାଣ ହୋଇଥିବା ଦେଖିବାକୁ ମିଳିଥିଲା। ଘରର ସମସ୍ତ କାମଧାମ ଛାଡି ଘଣ୍ଟା ଘଣ୍ଟା ଧରି ଛିଡା ହେବା ପରେ ମଧ୍ୟ ଟଂକା ନମିଳିବାରୁ ଘରକୁ ଖାଲି ହାତରେ ଫେରିଥିଲେ।

ସେହିପରି ଭତ୍ତା ବାବଦକୁ ଅଧିକା ୫୦୦ ଟଂକା ରାଜ୍ୟ ସରକାର ଘୋଷଣା କରିଥିବାରୁ ଦିବ୍ୟାଙ୍ଗମାନେ, ବୃଦ୍ଧ ଓ ବୃଦ୍ଧାମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି। ଦିନ ତମାମ ଟଙ୍କା ପାଇଁ ଅପେକ୍ଷା କରି ଶେଷରେ ଖାଲି ହାତରେ ଘରକୁ ଫେରିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ପରିସ୍ଥିତି କେବଳ ରାୟଗଡାରେ ନୁହେଁ ବରଂ ସମସ୍ତ ପଞ୍ଚାୟତରେ ଏଭଳି ପରିସ୍ଥିତି ଉପୁଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe