୩ ହଜାର ପାଇଁ ଆର୍‌ଏସ୍‌ପି କର୍ମଚାରୀଙ୍କୁ ପିଟି ପିଟି ମାରିଦେଲେ, ଅଭଯୁକ୍ତ ମାଂସ ବ୍ୟବସାୟୀ ଫେରାର

ମାଲବାହୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ

The Hans India

ରାଉରକେଲା: ତିନି ହଜାର ଟଙ୍କା ପାଇଁ ଯାଇଛି ଆର୍‌ଏସ୍‌ପି କର୍ମଚାରୀଙ୍କ ଜୀବନ। ଉଧାରି ଟଙ୍କା ନ ଦେବାରୁ ଜଣେ ମାଂସ ବ୍ୟବସାୟୀ ତାଙ୍କୁ ପିଟି ପିଟି ହତ୍ୟା କରିଛି। ଏମିତି ଅମାନବୀୟ ଘଟଣା ଘଟିଛି ବନ୍ଧମୁଣ୍ଡା ତିଲିକାନଗର ସି ବ୍ଲକରେ। ମୃତ ଆର୍‌ଏସ୍‌ପି କର୍ମଚାରୀର ନାମ ତିଲକାନଗର ସି ବ୍ଲକର ପଦ୍ମଲୋଚନ ପୂର୍ତ୍ତି (୫୮)। ବନ୍ଧମୁଣ୍ଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରଛି। ମାଡ ମାରିଥିବା ଅଭିଯୁକ୍ତ ମାଂସ ବ୍ୟବସାୟୀ ଦେବାଶିଷ ସାହୁ ଫେରାର ହୋଇଯାଇଛି। ମୃତ ପଦ୍ମଲୋଚନ ସାନଭାଇ କମଲ ପୂର୍ତ୍ତିଙ୍କ ଲିଖିତ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ମୁତବାକ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ଚାକିରି କରୁଥିବା ପଦ୍ମଲୋଚନ ତିଲକାନଗର ସି ବ୍ଳକରେ ପରିବାର ସହ ରହନ୍ତି। ତାଙ୍କ ଠାରୁ ମାତ୍ର ୧୦୦ ମିଟର ଦୂରରେ ମାଂସ ବ୍ୟବସାୟୀ ଦେବାଶିଷ ରହନ୍ତି। ଗତ ପ୍ରାୟ ମାସକ ତଳେ ପଦ୍ମଲୋଚନ ବେଦାଶିଷଙ୍କ ଠାରୁ ୩ ହଜାର ଟଙ୍କାର ଖାସି ମାଂସ ବାକିରେ ନେଇଥିଲେ। ସପ୍ତାହକ ମଧ୍ୟରେ ସୁଝିଦେବାକୁ କହିଥିଲେ। କିନ୍ତୁ ସପ୍ତାହକ ମଧ୍ୟରେ ଦେଇ ପାରି ନଥିଲେ। ଶୁକ୍ରବାର ଦିନ ସକାଳ ପ୍ରାୟ ୧୦ଟାରେ ଦେବାଶିଷ ପଦ୍ମଲୋଚନଙ୍କ ଘରେ ପହଞ୍ଚି ମାଂସ ଟଙ୍କା ଦେବାକୁ କହିଥିଲା ପଦ୍ମଲୋଚନ ଆର୍ଥିକ ସ୍ଥିତି ଭଲ ନାହିଁ, କିଛି ଦିନ ମଧ୍ୟରେ ସୁଝିଦେବି ବୋଲି କହିଥିଲେ। ଦେବାଶିଷ କିନ୍ତୁ ତାଙ୍କର କୌଣସି କଥା ନ ଶୁଣିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦେବାଶିଷ ଘର ଭିତରେ ପଶି ପଦ୍ମଲୋଚନକୁ ମାଡ ମାରି ଥିଲା ଏତିକିରେ ତାଙ୍କର ରାଗ ଶାନ୍ତ ପଡି ନଥିଲା। ପଦ୍ମଲୋଚନକୁ ଜୋରଜବରଦସ୍ତ ଘରୁ ଟାଣି ବାହାକୁ ନେଇ ଆସି ବିଦ୍ୟୁତ୍‌ ଖୁଣ୍ଟି‌ରେ ବାନ୍ଧି ପକାଇଥିଲେ। ନିର୍ଧୁମ ମାଡ ମାରିଥିଲା।

ଗାଁଲୋକ ବାରଣ କରିଥିଲେ ହେଁ ଦେବାଶିଷ ଶୁଣି ନଥିଲା। ପଦ୍ମଲୋଚନ ବେହୋସ ହୋଇ ପଡିଯିବା ପରେ ଦେବାଶିଷ ସେଠାରୁ ଚାଲି ଯାଇଥିଲା। ଯିବାବେଳେ ତା’ର କେହି କିଛି କହି ପାରିବେ ନାହିଁ ବୋଲି ସ୍ଥାନୀୟ ଲୋକଙ୍କୁ କହିଥିଲେ। କିଛି ସମୟ ପରେ ପଦ୍ମଲୋଚନର ଚେତା ଫେରିବା ପରେ ସ୍ଥାନୀୟ ଲୋକ ତାଙ୍କୁ ଘରକୁ ନେଇଯାଇଥିଲେ। ସ୍ଥାନୀୟ ଦୋକାନରୁ ଔଷଧ ଆଣିଖାଇବାକୁ ଦେଇଥିଲେ। ଶନିବାର ସଂଧ୍ୟାରେ ପଦ୍ମଲୋଚନ ଖାଇପିଇ ଶୋଇଯାଇଥିଲେ। ରାତି ପ୍ରାୟ ସାଢ଼େ ୧୨ଟାରେ ପରିବାର ଲୋକ ଖାଇବାକୁ ଡାକିଥିଲେ। କିନ୍ତୁ ସେତେବେଳକୁ ପଦ୍ମଲୋଚନଙ୍କର ମୃତ୍ୟୁ ହୋଇ ସାରିଥିଲା।

ଆଜି ସକାଳେ ମୃତ ପଦ୍ମଲୋଚନଙ୍କ ଭାଇ କମଲ ବନ୍ଧମୁଣ୍ଡା ଥାନ‌ାରେ ପହଞ୍ଚିଥିଲେ। ତାଙ୍କ ଭାଇଙ୍କୁ ‌ଅଭିଯୁକ୍ତ ଦେବାଶିଷ ପିଟି ପିଟି ହତ୍ୟା କରିଥିବା ନେଇ ଲିଖିତ ଏତଲା ଦେଇଥିଲେ। ଡିଏସ୍‌ପି ଅସୀମ ପଣ୍ଡା, ବନ୍ଧମୁ୍ଣ୍ଡା ଥାନା ଅଧିକାରୀ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠଇବା ସହ ଘଟଣାର ତଦନ୍ତ ଚଳାଇଛନ୍ତି। ସେପଟେ ଦେବାଶିଷର ଏଭଳି ଅମାନୁଷିକ କାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଅଭିଯୁକ୍ତ ଦେବାଶିଷକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe