ଛୁଟି ମଞ୍ଜୁର କଲେନି ବୋଲି ଆର୍‌ଏସ୍‌ପି ଅଧିକାରୀଙ୍କୁ ବନ୍ଧୁକ ଦେଖାଇ ଧମକଚମକ

Advertisment

ଆର୍‌ଏସ୍‌ପି କର୍ମଚାରୀ ନିଲମ୍ବିତ

ଆର୍‌ଏସ୍‌ପି କର୍ମଚାରୀ ନିଲମ୍ବିତ

ଜମ୍ମୁ-କାଶ୍ମୀର: ଆତଙ୍କବାଦୀଙ୍କ ଗୁଳିରେ ସରପଞ୍ଚ ମୃତ

Image Courtesy of Hindustan Times

ରାଉରକେଲା : ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟସେବା ଆବଶ୍ୟକ ଥିବାରୁ ବହୁବାର ଛୁଟି ପାଇଁ କାକୁତିମିନତି କରିଥିଲେ। ମାତ୍ର ଅଧିକାରୀ ଜଣକ କୁଆଡ଼େ ଛୁଟି ଦେଉ ନଥିଲେ। ଫଳରେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ କର୍ମଚାରୀ। ସିଧାସଳଖ ସଂପୃକ୍ତ ଅଧିକାରୀଙ୍କ ଅଫିସ୍‌କୁ ପଶି ବନ୍ଧୁକ ଦେଖାଇ ଧମକଚମକ ଦେଇଥିଲେ। ଜାଣିଶୁଣି ଛୁଟି ଦିଆଯାଉ ନଥିବା ଅଭିଯୋଗ କରି କୁଆଡ଼େ ହତ୍ୟା ଧମକ ବି ଦେଇଥିଲେ। ଏଭଳି ଏକ ଘଟଣା ଆଜି ରାଉରକେଲା ଇସ୍ପାତ କାରଖାନା (ଆରଏସ୍‌ପି)ରେ ଆଲୋଡ଼ନ ସୃଷ୍ଟି କରିଛି।

ବ୍ଲାଷ୍ଟ୍‌ ଫର୍ଣ୍ଣେସ୍‌-୫ରେ ଏସ୍‌-୪ ଗ୍ରେଡ୍‌ରେ ନିୟୋଜିତ ଅଛନ୍ତି ବିଷ୍ଣୁ କେର୍କେଟା (୩୧)। ବିଷ୍ଣୁ କୁଆଡ଼େ ଅନେକ ଦିନ ହେଲା ଉପରିସ୍ଥ ଅଧିକାରୀଙ୍କୁ ଛୁଟି ମାଗୁଥିଲେ। ତାଙ୍କ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା କୁଆଡ଼େ ଭଲ ରହୁନଥିଲା। ଏଣୁ ଉନ୍ନତ ଚିକିତ୍ସା ଲାଗି ବାହାରକୁ ଯିବାକୁ ଛୁଟି ଦରକାର ପଡ଼ୁଥିଲା। ମାତ୍ର ବାରମ୍ବାର ଛୁଟି ଆବେଦନ କରିଥିଲେ ସୁଦ୍ଧା ତାଙ୍କ ଛୁଟି ମଞ୍ଜୁର ହେଉନଥିଲା। ଏଣୁ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରେ ବିଷ୍ଣୁ ବ୍ଲାଷ୍ଟ୍‌ଫର୍ଣ୍ଣେସ୍‌-୫ର ମହାପ୍ରବନ୍ଧକ ପି.କେ. ସ୍ବାଇଁଙ୍କ ଚ୍ୟାମ୍ବର୍‌କୁ ପଶିଥିଲେ। ହାତରେ ଏକ ବନ୍ଧୁକ ଧରି ଅଧିକାରୀଙ୍କୁ ଧମକଚମକ ଦେଇଥିଲେ। କାହିଁକି ଛୁଟି ମଞ୍ଜୁର କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଅଧିକାରୀ ଜଣକ ବିଷ୍ଣୁଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ଶୁଣିବାକୁ ନାରାଜ ଥିଲେ। ବେଶ୍ କିଛି ସମୟ ପର୍ଯ୍ୟନ୍ତ ବିଷ୍ଣୁ ସେଠାରେ ଆତଙ୍କ ଖେଳାଇଥିଲେ। ତେବେ ଖବର ପାଇ ସିଆଇଏସ୍‌ଏଫ୍‌ ଯବାନମାନେ ସେଠାରେ ପହଞ୍ଚିଯାଇଥିଲେ ଏବଂ ତୁରନ୍ତ ବିଷ୍ଣୁଙ୍କୁ କାବୁ କରିନେଇଥିଲେ। ସେ ନେଇଥିବା ବନ୍ଧୁକଟି ଏକ ଖେଳଣା ବନ୍ଧୁକ ବୋଲି କୁହାଯାଉଛି। ବିଷ୍ଣୁ କୁଆଡ଼େ ମଦ ନିଶାରେ ଚୂର୍‌ ଥିବା ଅବସ୍ଥାରେ ଏଭଳି କାଣ୍ଡ ଘଟାଇଥିଲେ। ବିଷ୍ଣୁଙ୍କୁ କାବୁ କରି ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି।

ତେବେ ବିଶୃଙ୍ଖଳିତ ଆଚରଣ ପାଇଁ ଆର୍‌ଏସ୍‌ପି କର୍ତ୍ତୃପକ୍ଷ ବିଷ୍ଣୁଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ସେପଟେ ବିଷ୍ଣୁଙ୍କ ହାତରେ ନକଲି ନୁହେଁ, ବରଂ ଅସଲି ବନ୍ଧୁକ ଥିବା ଆଲୋଚନା ହେଉଛି। ଆହୁରି ଚର୍ଚ୍ଚା ହେଉଛି ଯେ ନକଲି ହେଲେ ମଧ୍ୟ ଏତେ ସୁରକ୍ଷା ବ୍ୟବସ୍ଥାକୁ ଏଡ଼ାଇ କାରଖାନା ଭିତରକୁ ବନ୍ଧୁକ ଗଲା କେମିତି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe