ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସୂଚନା ଅଧିକାର କର୍ମୀଙ୍କ ମୃତ୍ୟୁ

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସୂଚନା ଅଧିକାର କର୍ମୀଙ୍କ ମୃତ୍ୟୁ

କନ୍ଧମାଳ: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅଞ୍ଚଳରେ ଗୁଳିମାଡ଼ରେ ଜଣେ ସୂଚନା ଅଧିକାର କର୍ମୀଙ୍କ ମୃତ୍ୟୁ ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ବାଲିଗୁଡ଼ା ଥାନା ଅନ୍ତର୍ଗତ ପାତ୍ରସାହିରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଘରୁ ବାହାରକୁ ଡାକି ୨ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ।

ଏହାପରେ ଗୁରୁତର ଅବସ୍ଥାରେ ଅଭିମନ୍ୟୁ ପଣ୍ଡାଙ୍କୁ ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ପ୍ରାଣ ରକ୍ଷା ସମ୍ଭବ ହୋଇନଥିଲା। ବାଲିଗୁଡ଼ା ମେଡିକାଲରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ମୃତ୍ୟୁ ଘଟିଥିଲା ପୁଲିସ ଖବର ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଘଟଣାର ତଦନ୍ତ ଜାରି ରଖିଛି ବାଲିଗୁଡ଼ା ପୁଲିସ। ତେବେ କେଉଁ କାରଣରୁ ଏଭଳି କାଣ୍ଡ ଘଟିଛି ତାହା ଜଣାପଡ଼ିନାହିଁ। ଏପରି ଦୁଇ ଦୁର୍ବୃତ୍ତଙ୍କ ସଂପର୍କରେ ବି ପୁଲିସ୍ କିଛି ସୁରାକ୍ ପାଇ ନଥିବା କୁହାଯାଉଛି।

ଅପର ପକ୍ଷରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଗାନ୍ଧୀଛକରେ ଲୋକେ ରାସ୍ତା ଅବରୋଧ କରିଥିବାର ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe