ସୁନ୍ଦରଗଡ଼ରେ ବଢ଼ୁଛି ସଂକ୍ରମଣ; ବିଶେଷଜ୍ଞ ନଥିବାରୁ କାମକୁ ଆସୁନି ୧୦ ଆରଟିପିସିଆର୍ ଯନ୍ତ୍ର

Advertisment
ସୁନ୍ଦରଗଡ଼ରେ ବଢ଼ୁଛି ସଂକ୍ରମଣ; ବିଶେଷଜ୍ଞ ନଥିବାରୁ କାମକୁ ଆସୁନି ୧୦ ଆରଟିପିସିଆର୍ ଯନ୍ତ୍ର

ସୁନ୍ଦରଗଡ଼: ଉଗ୍ର ରୂପ ଧାରଣ କରିଛି କରୋନାର ଦ୍ବିତୀୟ ଲହର। ସୁନ୍ଦରଗଡ଼ ଜିଲ୍ଲାରେ ଗତ ଅପ୍ରେଲ ୧ରୁ ମଇ ୩ ତାରିଖ ସୁଦ୍ଧା ୧୫୧୫୯ ସଂକ୍ରମିତ ଚିହ୍ନଟ ହେଲେଣି। ତେବେ ଜିଲ୍ଲା ସଦରମହକୁମାରେ କେବଳ ଆଣ୍ଟିଜେନ୍ ପରୀକ୍ଷା ହେଉଥିବା ଓ ଆରଟିପିସିଆର୍ ପାଇଁ ନମୁନା ବାହାରକୁ ପଠାଯାଉଥିବାରୁ ସମସ୍ୟା ଦେଖା ଦେଇଛି। ତେଣୁ ସୁନ୍ଦରଗଡ଼  ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଥିବା ୧୦ଟି ଆରଟିପିସିଆର ଯନ୍ତ୍ର କାର୍ଯ୍ୟକ୍ଷମ କରିବା ଜରୁରୀ ବୋଲି ମତପ୍ରକାଶ ପାଇଛି।

ତେବେ ବିଶେଷଜ୍ଞ କର୍ମଚାରୀ ନଥିବାରୁ ବ୍ୟବସ୍ଥା ଥାଇ ମଧ୍ୟ  ଏହା କୌଣସି କାମରେ ଆସୁ ନଥିବା ଜଣାପଡ଼ିଛି। ଅଭିଯୋଗ ରହିଛି ଯେ, ଅଧିକାଂଶ ବ୍ୟକ୍ତିଙ୍କ କ୍ଷେତ୍ରରେ ଆଣ୍ଟିଜେନ୍ ଫଳପ୍ରଦ ହେଉ ନାହିଁ। ଏଥିରେ ନେଗେଟିଭ୍  ରିପୋର୍ଟ ପାଇଥିବା  ବ୍ୟକ୍ତି ଆରଟିପିସିଆର୍ ପରୀକ୍ଷାରେ ସଂକ୍ରମିତ  ଥିବା ଜଣାପଡ଼ୁଛି। ଏସ୍ଥିତିରେ ଆରଟିପିସିଆର୍ ପରୀକ୍ଷା ପାଇ ନମୁନା ଦେଇଥିବା ବ୍ୟକ୍ତି ୧୦/୧୫ ଦିନ ପରେ ରିପୋର୍ଟ ପାଉଥିବା ଅଭିଯୋଗ ହେଉଛି। ଫଳରେ ବିଳମ୍ବ ରିପୋର୍ଟ ସଂକ୍ରମଣ ବୃଦ୍ଧିର କାରଣ ହେଉଛି। ନମୁନା ଦେଇଥିବା ବ୍ୟକ୍ତିଙ୍କୁ ସଂଗରୋଧର ରହିବାକୁ ପରାମର୍ଶ ଦିଆଯାଉଥିଲେ ମଧ୍ୟ ରିପୋର୍ଟ ଆସି ନଥିବା ଦର୍ଶାଇ ବାହାରେ ଖୋଲାଖୋଲି ବୁଲୁଥିବାରୁ ନିଜ ଅଜଣାତରେ ସେ ବହୁ ଲୋକଙ୍କ ସଂକ୍ରମଣର କାରଣ ହେଉଛି।

ଅନେକ ସମୟରେ ରିପୋର୍ଟ ଆସିଲା ବେଳକୁ ବ୍ୟକ୍ତି ଜଣକ ଗୁରୁତରସ୍ଥିତିକୁ ଚାଲି ଯାଇଥିବା ଓ ଚିକିତ୍ସା ଆରମ୍ଭ ନହେଉଣୁ ପ୍ରାଣ ହରାଇଥିବା  ଦେଖାଯାଇଛି। ଆରଟିପିସିଆର ବିଳମ୍ବ ରିପୋର୍ଟ ବହୁ ସଂକ୍ରମିତଙ୍କୁ ମୃତ୍ୟୁ ମୁଖରେ ପକାଉଛି। ଏହାକୁ ରୋକିବା ପାଇଁ ଜିଲ୍ଲା ମହକୁମାରେ ଥିବା ଏନଟିପିସି କୋଭିଡ୍ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଆରଟିପିସିଆର୍କୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe