ଶିମିଳିପାଳରେ ରବର ଚାରା ରୋପଣ ଦୁର୍ନୀତି: କ୍ଷେତ୍ର ଅନୁଧ୍ୟାନ କଲେ ଭିଜିଲାନ୍‌ସ ଡିଏସ୍‌ପି

Advertisment
ଶିମିଳିପାଳରେ ରବର ଚାରା ରୋପଣ ଦୁର୍ନୀତି: କ୍ଷେତ୍ର ଅନୁଧ୍ୟାନ କଲେ ଭିଜିଲାନ୍‌ସ ଡିଏସ୍‌ପି

ଯଶିପୁର: ଯଶିପୁର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ସମେତ ଶିମିଳିପାଳର ଏକାଧିକ ସ୍ଥାନରେ ରବର ଚାରା ରୋପଣ ନେଇ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଭିଜିଲାନ୍‌ସ ପକ୍ଷରୁ ମାମଲା ରୁଜୁ ହୋଇଥିବା ବେଳେ ଆଜି ଭିଜିଲାନ୍‌ସ ଡିଏସ୍‌ପି ସିକନ୍ଦର ହେମ୍ବ୍ରମ୍‌ଙ୍କ ନେତୃତ୍ୱରେ ଏକ ଟିମ୍ ରବର ଚାରା ରୋପଣର କ୍ଷେତ୍ର ପରିଦର୍ଶନ କରିଛନ୍ତି। ଯଶିପୁର ବ୍ଲକର ତୁଳସୀବଣି, ବଡ଼ଶିଆଳିନଇ, ଛେଳିଗୋଧୂଳି, ଚାଡ୍ରିପାହାଡ଼ି, ଶିମିଳିପାଳର ବାରସିଆ, ବରେହିପାଣି ଆଦି ସ୍ଥାନରେ ଭିଜିଲାନ୍‌ସ ଟିମ୍‌ ରାଜସ୍ୱ ବିଭାଗର ରେକର୍ଡପତ୍ର ସହିତ କ୍ଷେତ୍ରୀୟ ସ୍ଥିତି ଅନୁଧ୍ୟାନ କରିଥିଲା।

କରଞ୍ଜିଆ ଆଇଟିଡିଏର ଯନ୍ତ୍ରୀ ସୁରେନ୍ଦ୍ରନାଥ କର, ସମ୍ପୃକ୍ତ ଅଞ୍ଚଳର ରାଜସ୍ୱ ନିରୀକ୍ଷକ ଓ ଅମିନ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତରେ ସହଯୋଗ କରିଥିଲେ। ପ୍ରକାଶଥାଉକି, ଆଇଟିଡିଏ ପକ୍ଷରୁ ରବର ଚାରାରୋପଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ତେବେ ଏହି ଦୁର୍ନୀତିରେ ଜଡ଼ିତ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍‌ସ କି’ କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe