କଳାହାଣ୍ତି ଜିଲ୍ଲା ଟପରଙ୍କ ସହିତ ୧୦୧ କୃତୀ ବିଦ୍ୟାର୍ଥୀଙ୍କୁ ରୁଚି ପକ୍ଷରୁ ସ୍ମାର୍ଟ ଫୋନ୍

କଳାହାଣ୍ତି ଜିଲ୍ଲା ଟପରଙ୍କ ସହିତ ୧୦୧ କୃତୀ ବିଦ୍ୟାର୍ଥୀଙ୍କୁ ରୁଚି ପକ୍ଷରୁ ସ୍ମାର୍ଟ ଫୋନ୍

କଟକ : ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ଜୁନାଗଡ଼ ଆର୍.ଏମ୍.ସି. ବଜାର ପ୍ରାଙ୍ଗଣରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶିଳ୍ପ, ଶକ୍ତି ଓ ସ୍ବରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ଜୁନାଗଡ଼ର ୧୦୧ ଜଣ କୃତୀ ବିଦ୍ୟାର୍ଥୀଙ୍କୁ ସ୍ମାର୍ଟଫୋନ୍ ଓ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ରାଜ୍ୟର ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ତଥା ରୁଚି ଫାଉଣ୍ଡେସନର ଅଧ୍ୟକ୍ଷ ଡକ୍ଟର ଶରତ କୁମାର ସାହୁ ଉପାନ୍ତ ଅଂଚଳର ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କ ଉଚ୍ଚତର ଅଧ୍ୟୟନ ପାଇଁ ଏହା ରୁଚି ଶିଳ୍ପଦ୍ୟୋଗର ଏକ ଅଭିନବ ପ୍ରୟାସ ବୋଲି କହିଛନ୍ତି। ଫାଉଣ୍ଡେସନର ଯୁଗ୍ମ ସଂପାଦକ ଶୁଭେନ୍ଦୁ କୁମାର ଭୂୟାଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ଚଳିତବର୍ଷର କଳାହାଣ୍ତି ଜିଲ୍ଲାର ମାଟ୍ରିକ ଟପର ସୌରଭ କୁମାର, ସି.ବି.ଏସ୍‌.ଇ. ଦଶମ ଟପର ଭୁବନ ମେହେର ଓ ଜିଲ୍ଲାର ଯୁକ୍ତ ଦୁଇ ବିଜ୍ଞାନ ଟପର ଆତ୍ମନ କୁମାର ପଣ୍ତାଙ୍କୁ ମାନପତ୍ର, ରୁଚି ସମ୍ମାନ ଫଳକ ସହ ଉପଢେ଼ୗକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାର, ଭବାନୀପାଟଣା ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ଆଦିତ୍ୟ ନନ୍ଦ, ସମାଜସେବୀ ଦୀନେଶ ବଗତିର୍, ଛାତ୍ରନେତା ଅବିନାଶ ଠାକୁର, ସମାଜସେବୀ ସାମନ୍ତ ଖମାରୀ, ଜୁନାଗଡ଼ ଏନ୍.ଏ.ସି.ର ପୂର୍ବତନ ଅଧ୍ୟକ୍ଷ ମହେଶ କୁମାର ସାହୁ ଓ ରୁଚିର ସ୍ଥାନୀୟ ଅଧିକୃତ ବିକ୍ରେତା ବିକାଶ ଅଗ୍ରୱାଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ହ୍ବାଇଟ କାନଭାସ୍‌ର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା। ଚିଂଟୁ ମିଶ୍ର ଓ ରୁଚିର ବିକ୍ରୟ ପ୍ରତିନିଧି ଗୌର ଚରଣ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe