ବସ୍ତା: ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ମଥାନୀଠାରେ ଏକ କଣ୍ଟେନର୍ ଦୁର୍ଘଟଣାଗ୍ରସ୍ତ ହୋଇ ୫୦ ଫୁଟ୍ ତଳକୁ ଖସିପଡ଼ିଛି। ଗତକାଲି ସନ୍ଧ୍ୟାରେ ତିନୋଟି ଗାଡ଼ି ଆଗପଛ ହୋଇ ଯାଉଥିବାବେଳେ ମଥାନୀଠାରେ ଉକ୍ତ କଣ୍ଟେନରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଦୋକାନ ଆଡ଼କୁ ମାଡ଼ି ଯାଇଥିଲା। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ରାସ୍ତାକଡ଼ର ଦୋକାନୀମାନେ ବର୍ତ୍ତି ଯାଇଥିଲେ ମଧ୍ୟ ଟ୍ରକ୍ଟି ୫୦ ଫୁଟ୍ ତଳକୁ ଖସିପଡି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି। ଡ୍ରାଇଭର ମଧ୍ୟ ଅକ୍ଷତ ଅବସ୍ଥାରେ ଉଦ୍ଧାର ପାଇଛନ୍ତି। ବସ୍ତା ପୁଲିସ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରିଛି
୫୦ ଫୁଟ୍ ତଳକୁ ଖସିପଡ଼ିଲା କଣ୍ଟେନର୍
Advertisment
Follow Us