ରୁଦ୍ରରଂଜନଙ୍କୁ ଜାତୀୟ ଲାଡ୍‌ଲୀ ମିଡିଆ ଆୱାର୍ଡ

ରୁଦ୍ରରଂଜନଙ୍କୁ ଜାତୀୟ ଲାଡ୍‌ଲୀ ମିଡିଆ ଆୱାର୍ଡ

ଭୁବନେଶ୍ୱର : ଯୁବ ସାମ୍ବାଦିକ, କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ତଥା ସାହିତ୍ୟିକ ରୁଦ୍ରରଂଜନ ଶେଜପଡ଼ା ୨୦୧୮-୧୯ ବର୍ଷ ପାଇଁ ଦେଶର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପପୁଲେସନ୍‌ ଫାଷ୍ଟ (ପିଏଫ୍‌) ତଥା ୟୁନାଇଟେଡ୍‌ ନେସନ୍‌ସ ପପୁଲେସନ୍‌ ଫଣ୍ଡ (ୟୁଏନ୍‌ଏଫ୍‌ପିଏ) ପକ୍ଷରୁ ପ୍ରଦତ୍ତ ସମ୍ମାନଜନକ ‘ଜାତୀୟ ଲାଡ୍‌ଲୀ ମିଡିଆ ଆଣ୍ଡ ଆଡ୍‌ଭାଟାଇଜିଂ ଆୱାର୍ଡସ୍‌ ଫର୍‌ ଜେଣ୍ଡର ସେନ୍‌ସିଟିଭିଟି (ଏଲ୍‌ଏମ୍‌ଏଏଜିଏସ୍‌)’ ପୁରସ୍କାର ପାଇଛନ୍ତି। ଶୁକ୍ରବାର ମୁମ୍ବାଇରେ ଆୟୋଜିତ ଏକ ସ୍ବତନ୍ତ୍ର ଅନ୍‌ଲାଇନ୍‌ ଉତ୍ସବରେ ଏହି ପୁରସ୍କାର ଦିଆଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜାତୀୟ ମହିଳା କମିସନର ଅଧ୍ୟକ୍ଷା ରେଖା ଶର୍ମା ଏବଂ ସମ୍ମାନିତ ଅତିଥି ଭାବେ ୟୁଏନ୍‌ଏଫ୍‌ପିଏର ଭାରତ ପ୍ରତିନିଧି ତଥା ଭୁଟାନର ରାଷ୍ଟ୍ରୀୟ ନିର୍ଦେଶିକା ଆର୍ଜେଣ୍ଟିନା ମାଟାଭେ ପିସିନ ଯୋଗ ଦେଇ ତାଙ୍କୁ ପୁରସ୍କୃତ କରିଛନ୍ତି। ଆଞ୍ଚଳିକ ଭାଷା ଫିଚର ବିଭାଗରେ ବିଚାରକମାନଙ୍କ ଦ୍ବାରା ‘ସମ୍ବାଦ’ରେ ପ୍ରକାଶିତ ଶ୍ରୀ ଶେଜପଡ଼ାଙ୍କ ‘କାହା ପାଦେ ଘୁଂଗୁର, କାହା ହାତେ ତବଲା’ ଉତ୍କୃଷ୍ଟ ଫିଚର ଭାବେ ମନୋନୀତ ହୋଇଥିଲା।

ସୂଚନାଯୋଗ୍ୟ; ଭାରତର ବିଭିନ୍ନ ପ୍ରଦେଶର ଛାପା ତଥା ବୈଦ୍ୟୁତିକ ଗଣମାଧ୍ୟରେ କାର୍ଯ୍ୟରତ ୧,୧୦୦ରୁ ଅଧିକ ସାମ୍ବାଦିକ ଏଲ୍‌ଏମ୍‌ଏଏଜିଏସ୍‌ ପୁରସ୍କାର ପାଇଁ ଆବେଦନ କରିଥିଲେ। ଯେଉଁମାନଙ୍କ ମଧ୍ୟରୁ ୯୩ ଜଣ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe