Image Courtesy of India.com
ପୁରୀ: ବୁଧବାର ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଏକାଦଶୀ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁ ମହାଲକ୍ଷ୍ମୀ ଋକ୍ମିଣୀଙ୍କୁ ହରଣ କରି ବିବାହ କରିବେ। ପରଦିନ ମହାପ୍ରଭୁ ଗୁଆଲି ଯାତ୍ରାରେ ବାହାରିବେ। ଏ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଏହି ଉପଲକ୍ଷେ ଆସନ୍ତାକାଲି(ବୁଧବାର) ଅପରାହ୍ନରେ ଶ୍ରୀମନ୍ଦିରରେ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଋକ୍ମିଣୀ ହରଣ ନୀତି ପାଇଁ ପ୍ରାୟ ଅପରାହ୍ନ ୧ଟାରୁ ୫ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ନୀତିକାନ୍ତି ଶେଷ ପରେ ଦର୍ଶନ ସ୍ବାଭାବିକ ହେବ।
Follow Us