ରାଜପଥରେ ଗଡ଼ିଲା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥର ମେଢ଼

ରାଜପଥରେ ଗଡ଼ିଲା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥର ମେଢ଼

Photo-DD

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ଦିଲ୍ଲୀର ରାଜପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ଲିଙ୍ଗରାଜ ମନ୍ଦିର ସାଙ୍ଗକୁ ରୁକୁଣା ରଥ ଗଡିଛି । ଓଡ଼ିଶାର ମହାନ ଐତିହ୍ୟ ଓ ସଂସ୍କୃତିକୁ ଆଜି ସାରା ଦେଶ ଦେଖିଛି | ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ ପଛରେ ଥିବା ପରମ୍ପରାକୁ ପ୍ରଜ୍ଞାପନ ମେଢ଼ରେ ଦର୍ଶାଯାଇଛି | ଆଜିର ପ୍ରଜ୍ଞାପନ ମେଢ଼ରେ ଓଡ଼ିଶାର ୩ଟି ଓଡ଼ିଶୀ ନୃତ୍ୟ ଅନୁଷ୍ଠାନରୁ ୩୦ ଜଣ ଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ ।

publive-image Photo-DD

ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେଇଥିବା ୧୭ ରାଜ୍ୟର କଳାକାରମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିବା ନୃତ୍ୟ ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିଲା । ଓଡ଼ିଶା ଦ୍ବାରା ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହାକୁ ଜ୍ୟୁରି ଦ୍ବାରା ଉଚ୍ଚ ପ୍ରଶଂସା କରାଯାଇଥିଲା।

ପ୍ରଜ୍ଞାପନ ମେଢ଼ର କଳାକାର ମାନେ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଚଳିତବର୍ଷର ପ୍ରଜ୍ଞାପନ ମେଢ଼ ପ୍ରତିଯୋଗିତାରେ ଓଡ଼ିଶା ପଦକ ଜିଣିବା ଆଶା କରାଯାଉଛି ବୋଲି ମେଢ଼ ଡିଜାଇନ୍‌ କରିଥିବା ପ୍ରତିଷ୍ଠିତ ଶିଳ୍ପୀ ଗଜେନ୍ଦ୍ର ସାହୁ ଓ ଛତ୍ରପତି ବିଶ୍ବାଳ କହିଛନ୍ତି। ଦୁଇ ଶିଳ୍ପୀଙ୍କ କହିବା ଅନୁଯାୟୀ ପୂର୍ବରୁ ରାଜପଥରେ ପ୍ରଦର୍ଶିତ ହୋଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ତୁଳନାରେ ଚଳିତ ବର୍ଷର ପ୍ରଜ୍ଞାପନ ମେଢ଼ ଉତ୍ତମ କାରୁକାର୍ଯ୍ୟ ଓ ଭିନ୍ନ ଶୈଳୀରେ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe