ମୟୂରଭଞ୍ଜ: କରୋନା କଟକଣା ମାନିନଥିବା ଅମାନିଆଙ୍କଠାରୁ ୩୨.୪୫ ଲକ୍ଷ ଟଙ୍କା ଜରିମାନା ଆଦାୟ

Advertisment

୯୧୫.୫ ଲିଟର ଦେଶୀ ଓ ୧୮୮.୨୭୫ ଲିଟର ବିଦେଶୀ ମଦ ଜବତ

୯୧୫.୫ ଲିଟର ଦେଶୀ ଓ ୧୮୮.୨୭୫ ଲିଟର ବିଦେଶୀ ମଦ ଜବତ

ମୟୂରଭଞ୍ଜ: କରୋନା କଟକଣା ମାନିନଥିବା ଅମାନିଆଙ୍କଠାରୁ ୩୨.୪୫ ଲକ୍ଷ ଟଙ୍କା ଜରିମାନା ଆଦାୟ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ ବିଶ୍ୱ ମହାମାରୀକୁ ନେଇ ସଙ୍କଟ ଟଳି ନାହିଁ । ବର୍ତ୍ତମାନ ସଂକ୍ରମଣ ସଂଖ୍ୟା ତିନି ଅଙ୍କ ପାଖାପାଖି ରହିଛି । ଏହି ସମୟରେ ଜିଲ୍ଲାରେ କରୋନା ଗାଇଡ୍ଲାଇନକୁ ଅମାନିଆମାନେ ଖୋଲାଖୋଲି ଉଲ୍ଲଙ୍ଘନ କରି ଚାଲିଛନ୍ତି । ଏମାନଙ୍କୁ ଠିକ ବାଟକୁ ଆଣିବା ନିମନ୍ତେ ପୁଲିସ ପ୍ରଶାସନକୁ ନିଜର ଆଭିମୁଖ୍ୟକୁ କଠୋର କରିବାକୁ ପଡ଼ିଛି ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଯାଞ୍ଚକୁ କଡ଼ାକଡ଼ି କରାଯିବ ସହ ଚଳିତ ମାସର ୧୬ ଦିନରେ ୪,୭୪୬ ଜଣ ଅମାନିଆମାନଙ୍କ ନିକଟରୁ ମାସ୍କ ପିନ୍ଧିନଥିବା ଅଭିଯୋଗରେ ୧୮ ଲକ୍ଷ ୯୦ ହଜାର ୯ ଶହ ଟଙ୍କାର ଜରିମାନା ଆଦାୟ କରାଯାଇଛି । ସେହିପରି ସାମାଜିକ ଦୂରତା ନିୟମ ଭଙ୍ଗ କରିଥିବା ଅଭିଯୋଗରେ ଜିଲ୍ଲାରେ ୯୮୨ ଜଣ ଦୋକାନୀମାନଙ୍କଠାରୁ ୩ ଲକ୍ଷ ୧୨ ହଜାର ୬ ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ପୁଲିସ ପକ୍ଷରୁ ଗାଡି ମୋଟର ଯାଞ୍ଚ ସମୟରେ ମୋଟର ଯାନ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ୧୦ ଲକ୍ଷ ୪୨ ହଜାର ଟଙ୍କା ଜରିମାନା ଆଦାୟ ସହ ୨୨୫ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ଜବତ କରାଯାଇଛି ।

ସେହିଭଳି ଚଳିତ ଜୁଲାଇ ମାସର ୧୬ ଦିନରେ ଜିଲ୍ଲାରୁ ମୋଟ ୩୨ ଲକ୍ଷ ୪୫ ହଜାର ୫ଶହ ଟଙ୍କା ଜରିମାନା ବାବଦରେ ଆଦାୟ କରାଯାଇଛି ଏବଂ ଜୁଲାଇ ମାସର ୨ ତାରିଖରେ ସର୍ବାଧିକ ୨ ଲକ୍ଷ ୯୯ ହଜାର ୯ ଶହ ଟଙ୍କା ଏବଂ ୧୨ରେ ସର୍ବନିମ୍ନ ୧ ଲକ୍ଷ ୧୨ ହଜାର ୭ ଶହ ଟଙ୍କା ଜରିମାନା ଆଦାୟ ହୋଇଛି । ଏଥି ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ହୋଇଥିବା ଚଢ଼ାଉ ସମୟରେ ୯୧୫.୫ ଲିଟର ଦେଶୀ ଓ ୧୮୮.୨୭୫ ଲିଟର ବିଦେଶୀ ଚୋରା ମଦକୁ ଜବତ କରାଯାଇଥିବାର ପୁଲିସ ସୂତ୍ରରୁ ଜଣାପଡ଼ିଛି ।

Traffic violations drop 18%, fines by Rs 32 lakh, due to harsher penalties - The News Now The News Now

ସୂଚନାଯୋଗ୍ୟ ଯେ, ଗତ ଜୁନ ମାସରେ ୮,୩୨୩ ଜଣ ଅମାନିଆମାନଙ୍କ ନିକଟରୁ ମାସ୍କ ପିନ୍ଧିନଥିବା ଅଭିଯୋଗରେ ୩୬ ଲକ୍ଷ ୧୬ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା । ସେହିପରି ସାମାଜିକ ଦୂରତା ନିୟମ ଭଙ୍ଗ କରିଥିବା ଅଭିଯୋଗରେ ଜିଲ୍ଲାରେ ୧,୮୬୬ ଜଣ ଦୋକାନୀମାନଙ୍କଠାରୁ ୭ ଲକ୍ଷ ୩୧ ହଜାର ୪୫୦ ଶହ ଟଙ୍କା, କରୋନା ଗାଇଡଲାଇନ ଅଣଦେଖା ପ୍ରଦର୍ଶନ ପୂର୍ବକ ବିବାହ ଆୟୋଜନ ଅଭିଯୋଗରେ ୪ ଜଣଙ୍କ ନିକଟରୁ ୯ ହଜାର ଟଙ୍କା ଜରିମାନା ଏବଂ ପୁଲିସ ପକ୍ଷରୁ ଗାଡି ମୋଟର ଯାଞ୍ଚ ସମୟରେ ମୋଟର ଯାନ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ୨୩ ଲକ୍ଷ ୧୨ ହଜାର ୯୫୦ ଟଙ୍କା ଜରିମାନା ଆଦାୟ ସହ ୫୭୪ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ଜବତ କରାଯାଇଥିଲା । ଗତ ଜୁନ ମାସରେ ଜିଲ୍ଲାରୁ ମୋଟ ୬୬ ଲକ୍ଷ ୬୮ ହଜାର ୪ ଶହ ଟଙ୍କା ଜରିମାନା ବାବଦରେ ଆଦାୟ କରାଯାଇଥିଲା । ପ୍ରତ୍ୟେକ ଦିନ ଚାଲାଣ ଭରୁଥିଲେ ମଧ୍ୟ ଜିଲ୍ଲାରେ ଅମାନିଆ ଲୋକେ ସୁଧୁରିବାର ନାଁ ଧରୁନଥିବାର ପରିଲକ୍ଷିତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe