ସରକାରୀ କର୍ମଚାରୀଙ୍କ ଆସିବା ପ୍ରସଙ୍ଗ : ପୁଣି ନିୟମ ବଦଳାଇଲେ ସରକାର

Advertisment

ଏଣିକି ସମସ୍ତଙ୍କ ପାଇଁ ରୋଷ୍ଟର୍‌ ବ୍ୟବସ୍ଥା

ଏଣିକି ସମସ୍ତଙ୍କ ପାଇଁ ରୋଷ୍ଟର୍‌ ବ୍ୟବସ୍ଥା

ସରକାରୀ କର୍ମଚାରୀଙ୍କ ଆସିବା ପ୍ରସଙ୍ଗ : ପୁଣି ନିୟମ ବଦଳାଇଲେ ସରକାର

ଭୁବନେଶ୍ବର : ରାଜ୍ୟରେ ଗତ ଦୁଇଦିନ ଭିତରେ ଆଉ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକସେବା ଭବନକୁ ସରକାରୀ କର୍ମଚାରୀଙ୍କ ଅଫିସ ଆସିବା ନେଇ ପୁଣି କଟକଣା ଜାରି କରିଛନ୍ତି ସରକାର। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ପୂର୍ବ ନିର୍ଦ୍ଦେଶନାମାରେ ପୁଣି ଥରେ ପରିବର୍ତ୍ତନ କରାଯାଇଛି। ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୧୧ଟି ଅତି ଜରୁରୀ ବିଭାଗରେ ଏଣିକି ଗ୍ରୁପ୍‌-ଏ, ବି, ସି ଓ ଡି ବର୍ଗ ମିଶି ମୋଟ ୩୦% ଅଧିକାରୀ ଓ କର୍ମଚାରୀ ରୋଷ୍ଟର୍‌ ଆଧାରରେ ଅଫିସ ଆସିବେ। କ୍ଷେତ୍ରୀୟ ସ୍ତରରେ ଥିବା ଏହି ବିଭାଗର ସରକାରୀ ଅଫିସ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ। ଏହାସହିତ ଆଂଶିକ ଜରୁରୀ ବିଭାଗ ଅଧୀନରେ ଆସୁଥିବା ବାକି ସମସ୍ତ ବିଭାଗଗୁଡ଼ିକରେ ମୋଟ୍‌ ୧୦% ଅଧିକାରୀ ଓ କର୍ମଚାରୀ ରୋଷ୍ଟର୍‌ ମୁତାବକ ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଥାଉକି, ସୋମବାରଠାରୁ ସବୁ ବିଭାଗରୁ ଗ୍ରୁପ୍‌-ଏ ବର୍ଗର ଅଧିକାରୀ ନିୟମିତ ଅଫିସ ଆସିବା ସହ ବାକି ଅନ୍ୟ ବର୍ଗର ଅଧିକାରୀ ଓ କର୍ମଚାରୀମାନେ ରୋଷ୍ଟର୍‌ ଅନୁଯାୟୀ ଆସିବାକୁ ଗତ ୧୭ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଆଜି ସବୁ ବିଭାଗର କର୍ମଚାରୀମାନେ ଅଫିସ୍‌ ଆସିବା ପରେ ଗହଳି ହେବା ଯୋଗୁଁ ସାମାଜିକ ଦୂରତା ରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ ସରକାର ପୁଣି ଥରେ ସମୀକ୍ଷା କରି ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe