ଅଧିକାରୀମାନେ ବିଧାନସଭାରେ ଉପସ୍ଥିତ ରୁହନ୍ତୁ, ସବୁ ବିଭାଗକୁ ଚିଠି ଲେଖିଲେ ସଂସଦୀୟ ବ୍ୟାପାର ସଚିବ

Advertisment

ବାଚସ୍ପତିଙ୍କ ରୁଲିଂ ପରେ ତତ୍ପରତା

ବାଚସ୍ପତିଙ୍କ ରୁଲିଂ ପରେ ତତ୍ପରତା

ଖଣି ଦୁର୍ନୀତିକୁ ନେଇ କମ୍ପିଲା ବିଧାନସଭା

odishaassembly.nic.in

ଭୁବନେଶ୍ବର : ବିଧାନସଭାର ଅଫିସର୍‌ ଗ୍ୟାଲେରିରେ ଅଧିକାରୀମାନେ ଉପସ୍ଥିତ ରହୁ ନ ଥିବାରୁ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳ ସଭ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଅଧିକାରୀମାନେ ଗୃହରେ ଉପସ୍ଥିତ ରହିବାକୁ ବାଚସ୍ପତି ରୁଲିଂ ଦେଇଥିଲେ। ଏହା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଆଜି ସଂସଦୀୟ ବ୍ୟାପାର ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ୍ ସବୁ ବିଭାଗର ସଚିବମାନଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛନ୍ତି। ନିଜ ନିଜ ବିଭାଗ ସଂକ୍ରାନ୍ତୀୟ କୌଣସି ଆଲୋଚନା ସମୟରେ ଅଧିକାରୀମାନଙ୍କ ଉପସ୍ଥିତି ଶତ ପ୍ରତିଶତ ନିଶ୍ଚିତ କରାଇବାକୁ ସେ କହିଛନ୍ତି।

ସଂସଦୀୟ ବ୍ୟାପାର ବିଭାଗର ପ୍ରମୁଖ ସଚିବ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଗୃହରେ ନିଜ ନିଜ ବିଭାଗର କୌଣସି ଆଲୋଚନା ସମୟରେ ଅଧିକାରୀମାନେ ଉପସ୍ଥିତ ରହିବାକୁ ଗତ ଜାନୁଆରି ୨୯ ତାରିଖରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାକୁ ଠିକ୍ ଭାବେ ପାଳନ କରାଯାଉ ନାହିଁ। ଅଧିକାରୀମାନଙ୍କ ଅନୁପସ୍ଥିତିକୁ ବାଚସ୍ପତି ଗୁରୁତର ସହ ନେବା ସହ ସଂପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବାକୁ ରୁଲିଂ ଦେଇଛନ୍ତି। ଏହାକୁ ସମସ୍ତ ବିଭାଗ କଡ଼ାକଡ଼ି ପାଳନ କରିବା ସହ ନିଜ ବିଭାଗ ସଂକ୍ରାନ୍ତୀୟ ଆଲୋଚନା ସମୟରେ ଅଫିସର୍ସ ଗ୍ୟାଲେରିରେ ଅଧିକାରୀମାନେ ଉପସ୍ଥିତ ରହିବାକୁ ସେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe