ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର ଅନିୟମିତତା : ବନ୍ଧାହେଲେ ଠିକାଦାର, ସ୍କାନର୍‌ରେ ଆଉ ୨୦

ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

କେନ୍ଦୁଝର : କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ‌ ଟେଣ୍ଡର ‌ଅନିୟମିତତା ଘଟଣାରେ ଆଜି କେନ୍ଦୁଝର ଟାଉନ ଥାନା ପୁଲିସ ଜଣେ ସ୍ବତନ୍ତ୍ର ଶ୍ରେଣୀ ଠିକାଦାରଙ୍କୁ ଗିରଫ କରିଛି। ସେ ହେଉଛନ୍ତି ଦେବେନ୍ଦ୍ର ଜେନା। ଟେଣ୍ଡର ଅନିୟମିତତା ସଂପର୍କରେ 'ସମ୍ବାଦ'ରେ ଅନୁସନ୍ଧାନମୂଳକ ଖବର ପ୍ରକାଶ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଭିଯୋଗ କ୍ରମେ ଟାଉନ ଥାନା ପୁଲିସ ଏଭଳି କଡ଼ା ପଦକ୍ଷେପ ନେଇଛି। କେବଳ ଦେବେନ୍ଦ୍ର ଜେନା ନୁହନ୍ତି, ଏଭଳି ଦସ୍ତାବିଜ୍‌ ଜାଲିଆତିରେ ସଂପୃକ୍ତ ୨୦ରୁ ଅଧିକ ଠିକାଦାରଙ୍କ ଉପରେ ପୁଲିସ ନଜର ରଖିଛି।

ମିଳିଥିବା ସୂଚନା ଅନୁଯାୟୀ ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ଦେବେନ୍ଦ୍ର ଜେନା ନିଜ ବାଲାସନ୍‌ ସିଟ୍‌ ଏବଂ ପ୍ରଫିଟ ଲସ୍‌ ଷ୍ଟେଟମେଣ୍ଟରେ ଜାଲିଆତି କରିଥିଲେ। ଏହି ବାଲାନସ୍‌ ସିଟ୍‌ରେ ସେ ୨୦୧୫-୧୬ ମସିହାରେ ତାଙ୍କର ୭ କୋଟି ୨୫ ଲକ୍ଷ ୬୮ ହଜାର ୯୮୦ ଟଙ୍କାର କାରବାର ‌ଦର୍ଶାଇଥିବାବେଳେ ୨୦୧୬-୧୭ ମସିହାରେ ୭କୋଟି ୫୨ ଲକ୍ଷ ୬୦ ହଜାର ୩୮୫ ଟଙ୍କା, ୨୦୧୭-୧୮ ମସିହାରେ ୮‌କୋଟି ୨୦ ଲକ୍ଷ ୨୩ ହଜାର ୬୯୦ ଟଙ୍କା, ୨୦୧୮-୧୯ ମସିହାରେ ୧୦ କୋଟି ୪୦ ଲକ୍ଷ ୩୫ ହଜାର ୩୮୦ ଟଙ୍କା, ୨୦୧୯-୨୦ ମସିହାରେ ୧୬ କୋଟି ୨୫ ଲକ୍ଷ ୬୪ ହଜାର ୩୧୦ ଟଙ୍କା କାରବାର ହୋଇଥିବା ଦର୍ଶାଇଥିଲେ। ଏହି ବାଲାନସ୍‌ ସିଟ ଚାଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମ ସାମଲ ଆସୋସିଏଟ ପକ୍ଷରୁ ପ୍ରସ୍ତୁତ ‌ହୋଇଥିବା ଦର୍ଶାଯାଇଥିବାବେଳେ ଏଥି‌ରେ ୟୁଡିଆଇଏନ ନମ୍ବର ନ ଥିଲା। ସାମଲ ଆସୋସିଏଟସ୍‌ ଏହାକୁ ପ୍ରସ୍ତୁତ କରି ନଥିବା ସ୍ପଷ୍ଟ କରିଥିଲେ।

ଆଜି ସକାଳୁ କେନ୍ଦୁଝର ଟାଉନ ଥାନା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଘଷିପୁରା ଯାଇଥିଲା। ସେଠାରେ ଦେବେନ୍ଦ୍ରଙ୍କ ଗତିବିଧି ଲକ୍ଷ୍ୟ କରିବା ପରେ ଘରୁ କୌଣସି କାମରେ ବାହାରକୁ ବାହାରୁଥିବା ବଳେ ତାଙ୍କୁ ଉଠାଇ ଆଣିଥିଲା। ଏହାପରେ ସନ୍ଧ୍ୟା ବେଳେ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ଦେବେନ୍ଦ୍ରଙ୍କ ନାମରେ କେନ୍ଦୁଝର ଟାଉନ ଥାନା‌ରେ ମାମଲା ନଂ-୫୬ ରେ କେସ୍‌ ରୁଜୁ ହୋଇଥିବା ବେଳେ ଦଫା ୪୨୦ ଏବଂ ୪୬୮ ଲାଗିଛି। ଉଲ୍ଲେଖଯୋଗ୍ୟ ଯେ, ‘ସମ୍ବାଦ’ ରେ 'ମାଳ ମାଳ ନକଲି ଦସ୍ତାବିଜ୍‌' ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ପରତା ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe