ମାଲପଡ଼ାରେ ଗ୍ରାମୀଣ ଲୋକକଳା, ସଂଚାର ମହୋତ୍ସବ ଉଦ୍‌ଘାଟିତ

Advertisment
ମାଲପଡ଼ାରେ ଗ୍ରାମୀଣ ଲୋକକଳା, ସଂଚାର ମହୋତ୍ସବ ଉଦ୍‌ଘାଟିତ

ଧଣ୍ଡାମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଧଣ୍ଡାମୁଣ୍ଡା ପଞ୍ଚାୟତ ମାଲପଡ଼ାଠାରେ ଓମ୍ ବୈଦିକ ସାଂସ୍କୃତିକ ପରିଷଦ ପକ୍ଷରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ସହାୟତାରେ ଗ୍ରାମୀଣ ଲୋକକଳା ସଂଚାର ମହୋତ୍ସବ ସୋମବାର ଉଦ୍‌ଘାଟିତ ହୋଇଛି।

ପରିଷଦ ସଭାପତି ଭାରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ମୁଖ୍ୟ ଅତିଥି, ଜିଲ୍ଲା ସଂସ୍କୃତି ସଂଘ ଉପସଭାପତି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ବକ୍ତା, ବରିଷ୍ଠ କଳାକାର ହରିବୋଲ ପୋଢ଼, ପଶ୍ଚିମ ଓଡ଼ିଶା ଲୋକକଳା ପୁନରୁଦ୍ଧାର ସମିତି ସଭାପତି ଅମିଲ ପୁଟେଲ, ସୁନାରାମ ପୁଟେଲ, ଜିଲ୍ଲା ସଂଯୋଜକ ମୀନକେତନ ପଧାନ, ଅଭୟ ତ୍ରିପାଠୀ, ବାଳକୃଷ୍ଣ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମ୍ପାଦକ ଥବିର ଚରଣ ସାହୁ ବିବରଣୀ ପାଠ କରିଥିଲେ। ଜିଲ୍ଲା ତଥା ଜିଲ୍ଲା ବାହାରୁ ସଂଚାର, ଖଞ୍ଜଣି, କରମସାନି, ଘୁଡ଼କା ନାଚ ଓ ବିଭିନ୍ନ ଲୋକନୃତ୍ୟ, ଲୋକବାଦ୍ୟ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମକୁ ବିନୋଦ ପ୍ରଧାନ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe