Odisha-50: ଗ୍ରାମୀଣ ଆତ୍ମନିର୍ଭରଶୀଳ ମହିଳା ସମାବେଶ ‘ଓଡ଼ିଶା-୫୦’: ‘ଆତ୍ମବିଶ୍ବାସ ରଖିଲେ ସବୁ କିଛି ସମ୍ଭବ’

ମହିଳାମାନେ ପ୍ରଥମେ ନିଜକୁ ଚିହ୍ନନ୍ତୁ। ସେମାନଙ୍କ ପାଖରେ ସବୁପ୍ରକାର ଶକ୍ତି ଅଛି। ନିଜ ଉପରେ ବିଶ୍ବାସ ରଖିଲେ ସବୁକିଛି ସମ୍ଭବ ହୋଇପାରିବ। ‘ସମ୍ବାଦ’ ପକ୍ଷରୁ ବାଲେଶ୍ବର ସହରସ୍ଥିତ ଭେନିୟା ପାରାଡାଇଜ୍‌ଠାରେ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ମହିଳା ଉଦ୍ୟୋଗୀଙ୍କୁ ନେଇ....

sfhfhfhfhs

ବାଲେଶ୍ବର: ମହିଳାମାନେ ପ୍ରଥମେ ନିଜକୁ ଚିହ୍ନନ୍ତୁ। ସେମାନଙ୍କ ପାଖରେ ସବୁପ୍ରକାର ଶକ୍ତି ଅଛି। ନିଜ ଉପରେ ବିଶ୍ବାସ ରଖିଲେ ସବୁକିଛି ସମ୍ଭବ ହୋଇପାରିବ। ‘ସମ୍ବାଦ’ ପକ୍ଷରୁ ବାଲେଶ୍ବର ସହରସ୍ଥିତ ଭେନିୟା ପାରାଡାଇଜ୍‌ଠାରେ ବାଲେଶ୍ବର, ଭଦ୍ରକମୟୂରଭଞ୍ଜ ଜିଲ୍ଲାର ମହିଳା ଉଦ୍ୟୋଗୀଙ୍କୁ ନେଇ ଅନୁଷ୍ଠିତ ଗ୍ରାମୀଣ ଆତ୍ମନିର୍ଭରଶୀଳ ମହିଳା ସମାବେଶ ‘ଓଡ଼ିଶା-୫୦’ରେ ଯୋଗଦେଇ ବସ୍ତା ବିଧାୟିକା ସୁବାସିନୀ ଜେନା ଏହା କହିଛନ୍ତି।

ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ଡ. ମୋନିକା ନୈୟର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟିକା ଶ୍ରୀମତୀ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସେ କହିଥିଲେ, ବିଧାନସଭାରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କଥା କୁହାଯାଉଛି, ହେଲେ ଆମେ ଏବେ ୧୧ ଜଣ ଅଛୁ। ମହିଳାମାନେ ସଶକ୍ତ ହେଲେ ସବୁକିଛି ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ ଯୋଗଦେଇ କହିଥିଲେ, ‘ମୁଁ ଭାବେ ମୋ ମାଆ ସମାଜର ସବୁଠାରୁ ଶକ୍ତିଶାଳୀ।  ଦୁନିଆର ସବୁ ମାଆ ଶକ୍ତିଶାଳୀ। ଉଦ୍ୟୋଗୀ ମହିଳାମାନେ ଯାହା କରୁଛନ୍ତି ତାହା ପ୍ରଶଂସନୀୟ। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେଶ ପାଇଁ ମହିଳାଙ୍କ ଭାଗିଦାରୀ ବହୁତ ଗୁରୁତ୍ୱ ରଖେ ବୋଲି କହିଥିଲେ। ଯିଏ ଘର ସମ୍ଭାଳି ପାରୁଛି, ସେ ଦେଶ ସମ୍ଭାଳି ପାରିବେ, ଏଥିରେ ସନ୍ଦେହ ନାହିଁ।

ମହିଳାଙ୍କ ପାଖରେ ସବୁପ୍ରକାର ଶକ୍ତି ଅଛି: ସୁବାସିନୀ
ସମାଜର ସବୁ ମା’ ଶକ୍ତିଶାଳୀ: ମାନସ
ମହିଳାଙ୍କ ଭାଗିଦାରୀ ବହୁତ ଗୁରୁତ୍ୱ ରଖେ: ଜିଲ୍ଲାପାଳ

‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ସଂପାଦକ ତନୟା ପଟ୍ଟନାୟକ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି କହିଥିଲେ, ‘ମହିଳାମାନେ ସ୍ୱପ୍ନ ଦେଖୁଛନ୍ତି, ତାକୁ ସାକାର କରିବା ପାଇଁ ଘରୁ ବାହାରୁଛନ୍ତି। ଘର ସହ ବ୍ୟବସାୟ ସମ୍ଭାଳିବା ଛୋଟ କଥା ନୁହେଁ। ତେବେ, ବ୍ୟବସାୟକୁ ଆଗେଇବା ପାଇଁ ନିଜେ ସୁସ୍ଥ ରହିବା ଆବଶ୍ୟକ। ଆମ ସମସ୍ତଙ୍କ ପାଇଁ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ। ମୋବାଇଲ୍‌ରେ ରିଲ୍‌ସ ଦେଖିବା ଅପେକ୍ଷା ନିଜ ସାମଗ୍ରୀର ବିକ୍ରି ଓ ମାର୍କେଟିଂ ବିଷୟରେ ଜ୍ଞାନ ଆହରଣ କରିପାରିବେ।’ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ କହିଥିଲେ, ମହିଳାମାନଙ୍କୁ ସେମାନଙ୍କ ଦକ୍ଷତା ହିଁ ଆଗକୁ ନେଇଛି। ଶିକ୍ଷା ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ। ଯେବେ ବି ସୁଯୋଗ ମିଳୁଛି ଶିଖନ୍ତୁ। ତା ସହିତ ରୋଜଗାର ବି ଦରକାର। ସେଥିପାଇଁ ଦୃଢ଼ ମନୋବଳ ଆବଶ୍ୟକ।

ସଂସ୍କରଣ ମୁଖ୍ୟ ଚିତ୍ତରଞ୍ଜନ ଚିରଞ୍ଜିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ସହସମ୍ପାଦକ ରୁଦ୍ରରଞ୍ଜନ ଶେଜପଡ଼ା ଅତିଥିଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ। ଦ୍ବିତୀୟ ଅଧିବେଶନରେ ଓଡ଼ିଶା ଜୀବିକା ମିସନ୍‌ର କାର୍ଯ୍ୟକ୍ରମ ପରିଚାଳକ କୌଶିକ ପାତ୍ର, ଡିଆଇସି ପରିଚାଳକ ସୂର୍ଯ୍ୟକାନ୍ତ ବେହେରା, ମିସନ୍‌ ଶକ୍ତି ଡିପିସି କାର୍ତ୍ତିକ ଚନ୍ଦ୍ର ନାୟକ ଓ ଏପିସିଏଲ୍‌ ରିଏଲ୍‌ ଇଷ୍ଟେଟ୍‌ର ଅଧ୍ୟକ୍ଷା ସଂଗୀତା ମହାନ୍ତି ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ। ବାଲେଶ୍ବର ‘କନକ ନ୍ୟୁଜ୍‌’ ପ୍ରତିନିଧି ସୁମନା ପରିଡ଼ା କାର୍ଯ୍ୟକ୍ରମ ସଂଯୋଜନା ଓ ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ରିତେନ୍ଦ୍ର ଛାଟୋଇ ବିଶେଷଜ୍ଞଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe