ନବବର୍ଷରେ ଘଟଗାଁ ତାରିଣୀ ପୀଠରେ ଲକ୍ଷାଧିକ ଭକ୍ତ

Advertisment
ନବବର୍ଷରେ ଘଟଗାଁ ତାରିଣୀ ପୀଠରେ ଲକ୍ଷାଧିକ ଭକ୍ତ

ଘଟଗାଁ : ଇଂରାଜୀ ନବବର୍ଷ ଉପଲକ୍ଷେ ରାଜ୍ୟର ଅନ୍ୟତମ ଶକ୍ତିପୀଠ ଘଟଗାଁ ତାରିଣୀ ପୀଠରେ ଆଜି ଲକ୍ଷାଧିକ ଭକ୍ତ ମାଆଙ୍କ ସୁନାବେଶ ଦର୍ଶନ କରିଛନ୍ତି। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପ୍ରତ୍ୟୁଷରେ ପୂଜକ ମୋହନ ଦେହୁରୀ, ଶ୍ୟାମସୁନ୍ଦର ଦେହୁରୀ, ପର୍ଶୁରାମ ଦେହୁରୀ, ସଦାନନ୍ଦ ଦେହୁରୀ ପ୍ରମୁଖ ମାଆଙ୍କ ମଙ୍ଗଳ ଆଳତି, ମାର୍ଜନା, ବଡସିଂହାର ବେଶ କରିଥିଲେ। ତାରିଣୀ ଦର୍ଶନ ପାଇଁ ବଡି ଭୋରରୁ ଭକ୍ତମାନଙ୍କର ଲମ୍ବାଧାଡିି ଲାଗିଥିବା ବେଳେ ସକାଳ ଛଅଟାରେ ମନ୍ଦିର ମୁଖ୍ୟଦ୍ୱାର ଖୋଲା ଯାଇଥିଲା।

publive-imageମା’ଙ୍କ ନିକଟରେ ଭୋଗ ଲଗାଇବା ପାଇଁ ଭକ୍ତମାନେ ୮ଟି ଧାଡିରେ ଠିଆ ହୋଇଥିବା ବେଳେ ୨ଟି ଧାଡିରେ ସାଧାରଣ ଦର୍ଶନ ପାଇଁ ପ୍ରବେଶ କରିଥିଲେ। ଭିଡ ନିୟନ୍ତ୍ରଣ ପାଇଁ ପରିସରରେ ଶତାଧିକ ସ୍ୱେଚ୍ଛାସେବୀ, ମନ୍ଦିର କର୍ମଚାରୀ ଓ ପୁଲିସ ନିୟୋଜିତ ହୋଇଥିଲେ। ମାଆଙ୍କ ପ୍ରିୟ ଭୋଗ ନଡିଆ ଲଡୁକୁ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ବିତରଣ କରାଯାଇଥିଲା। ଭକ୍ତଙ୍କ ସଂଖ୍ୟା ବଢିବାରୁ ଆଜି ଦିନ ବେଳା ପହଡ ପଡିନଥିିଲା।

publive-imageମାଆଙ୍କ ଦର୍ଶନ ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, କେନ୍ଦୁଝର ଜିଲ୍ଲାପାଳ ଡାକ୍ତର ଏନ.ତିରୁମାଲା ନାଏକଙ୍କ ସମେତ ବହୁ ଭିଆଇପିିି ଆସିଥିଲେ। ଶୃଙ୍ଖଳିତ ଦର୍ଶନ ପାଇଁ ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ବୋର୍ଡ ସଦସ୍ୟ ଆନନ୍ଦ ଚନ୍ଦ୍ର ସିଂହ, ନିର୍ମଳ ମହାନ୍ତିି, ଦୟାନିିଧି ମହାନ୍ତ, ରୁଦ୍ରନାରାୟଣ ମହାନ୍ତ, କ୍ଷୀରୋଦ ପ୍ରସାଦ ଦାସ, ବଳଭଦ୍ର ନନ୍ଦ, ଘଟଗାଁ ପୁଲିସ ଏସ୍‌ଡିପିଓ ଏସ.ଟପୋ, ଥାନା ଅଧିକାରୀ ସତିଶଚନ୍ଦ୍ର ନାୟକ, ହରିଚନ୍ଦନପୁର, ପାଟଣା, ଦୈତାରୀ ଥାନା ଅଧିକାରୀଙ୍କ ସମେତ ଶତାଧିକ ପୁଲିସ କର୍ମଚାରୀ, ସତ୍ୟସାଇ ସେବା ସଂଗଠନ, ଗାୟତ୍ରୀ ପରିବାର କଟକ ଶାଖା, ମନ୍ଦିର କର୍ମଚାରୀ, ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe