ଋଷିକୁଲ୍ୟା ଫୁଲୁଛି,୫ ଡ୍ୟାମ୍‌ ଜଳସ୍ତର ବଢୁଛି

ଋଷିକୁଲ୍ୟା ଫୁଲୁଛି,୫ ଡ୍ୟାମ୍‌ ଜଳସ୍ତର ବଢୁଛି

NDTV.com

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ମଧ୍ୟ ଗତକାଲି ରାତି ଠାରୁ ବର୍ଷା ଜାରି ରହିଛି। ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁଁ ନଦୀଗୁଡ଼ିକରେ ଅଧିକ ଜଳ ପ୍ରବେଶ କରୁଛି। ଗଞ୍ଜାମ ଜିଲ୍ଲାରେ ଥିବା ୭ଟି ଡ୍ୟାମ୍‌ ମଧ୍ୟରୁ ୫ଟି ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଉଛି। ଧନେଇ ‌ଡ୍ୟାମ୍‌ର ଜଳଧାରଣ କ୍ଷମତା ଠାରୁ ଅଧିକ ପାଣି ରହିଛି। ଏଣୁ ସେଠାରୁ ବଳକା ଜଳ ନିଷ୍କାସନ କରାଯାଉଛି। ଅନ୍ୟପଟେ ଜିଲ୍ଲାର ପ୍ରମୁଖ ନଦୀ ଋଷିକୁଲ୍ୟାର ଜଳସ୍ତର ପୁରୁଷୋତ୍ତମପୁରରେ ବିପଦ ସଂକେତ ନିକଟତର ହୋଇଛି। ବର୍ଷା ବଢ଼ିଲେ ନଦୀରେ ଅଧିକ ପାଣି ଆସିବା ସହିତ ତଳି ଅଞ୍ଚଳ ବୁଡ଼ିବ ବୋଲି ଆଶଙ୍କା କରାଯାଉଛି।

ଧନେଇ ଡ୍ୟାମ୍‌ର ଜଳଧାରଣ କ୍ଷମତା ୮୮.୭୦ ମିଟର୍‌ ପର୍ଯ୍ୟନ୍ତ ରହିଥିବା ବେଳେ ୮୮.୮୫ ମିଟର୍‌ ପର୍ଯ୍ୟନ୍ତ ପାଣି ରହିଥିବା ରେକର୍ଡ଼ କରାଯାଇଛି। ସେହିପରି ସୋରଡ଼ା ଡ୍ୟାମ୍‌ର ଜଳଧାରଣ କ୍ଷମତା ୯୨.୩୦ ମିଟର୍‌ ପର୍ଯ୍ୟନ୍ତ ରହିଥିବା ବେଳେ ଆଜି ୯୨.୧୨ ମିଟର୍‌ ପର୍ଯ୍ୟନ୍ତ ଜଳସ୍ତର ରହିଛି। ସେହିଭଳି ଭଞ୍ଜନଗର ଡ୍ୟାମ୍‌ରେ ୮୮.୬୦ ପ୍ରତିଶତ ପାଣି ଥିବା ବେଳେ ବାଘୁଆରେ ୮୮.୧୯ ପ୍ରତିଶତ ଓ ଡହ ଡ୍ୟାମ୍‌ରେ ୮୭.୪୭ ପ୍ରତିଶତ ପାଣି ରହିଛି। ସେହିଭଳି ବାଘଲଟିରେ ୭୯.୦୯ ପ୍ରତିଶତ ପାଣି ରହିଥିବା ବେଳେ‌ ଘୋଡ଼ାହାଡ଼ ଡ୍ୟାମ୍‌ରେ ୭୪.୦୮ ପ୍ରତିଶତ ପାଣି ଗଚ୍ଛିତ ରହିଛି।

ଗଞ୍ଜାମ ଜିଲ୍ଲାର କୌଣସି ନଦୀ ବିପଦ ସଂକେତ ଛୁଇଁ ନାହିଁ। ଜିଲ୍ଲାର ପ୍ରମୁଖ ଋଷିକୁଲ୍ୟା ନଦୀ ବିପଦ ସଂକେତ ତଳେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe