ମୃତ ନଦୀରେ ପରିଣତ ହେବ ଋଷିକୁଲ୍ୟା: ମେଧା

Advertisment

ଗଞ୍ଜାମ ଜିଲ୍ଲାର ଜୀବନରେଖା ଋଷିକୁଲ୍ୟା ବିପଦରେ। ଏହାର ସୁରକ୍ଷା, ବେଆଇନ ବାଲି ଲୁଟ୍‌ ଓ ଜଳକୁ ସଂରକ୍ଷଣ ନିମନ୍ତେ କୌଣସି ମେଗା ପ୍ରକଳ୍ପ ନଥିବା ବେଳେ ଶିଳ୍ପକୁ ଜଳଯୋଗାଣ ଷଡ୍‌ଯନ୍ତ୍ରର ପ୍ରତିବାଦରେ ଅନେକଦିନ ହେଲା ଚାଲିଛି ଋଷିକୁଲ୍ୟା ବଞ୍ଚାଅ ଆନ୍ଦୋଳନ।

ଗଞ୍ଜାମ ଜିଲ୍ଲାର ଜୀବନରେଖା ଋଷିକୁଲ୍ୟା ବିପଦରେ। ଏହାର ସୁରକ୍ଷା, ବେଆଇନ ବାଲି ଲୁଟ୍‌ ଓ ଜଳକୁ ସଂରକ୍ଷଣ ନିମନ୍ତେ କୌଣସି ମେଗା ପ୍ରକଳ୍ପ ନଥିବା ବେଳେ ଶିଳ୍ପକୁ ଜଳଯୋଗାଣ ଷଡ୍‌ଯନ୍ତ୍ରର ପ୍ରତିବାଦରେ ଅନେକଦିନ ହେଲା ଚାଲିଛି ଋଷିକୁଲ୍ୟା ବଞ୍ଚାଅ ଆନ୍ଦୋଳନ।

sfssfxcxc

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଜୀବନରେଖା ଋଷିକୁଲ୍ୟା ବିପଦରେ। ଏହାର ସୁରକ୍ଷା, ବେଆଇନ ବାଲି ଲୁଟ୍‌ ଓ ଜଳକୁ ସଂରକ୍ଷଣ ନିମନ୍ତେ କୌଣସି ମେଗା ପ୍ରକଳ୍ପ ନଥିବା ବେଳେ ଶିଳ୍ପକୁ ଜଳଯୋଗାଣ ଷଡ୍‌ଯନ୍ତ୍ରର ପ୍ରତିବାଦରେ ଅନେକଦିନ ହେଲା ଚାଲିଛି ଋଷିକୁଲ୍ୟା ବଞ୍ଚାଅ ଆନ୍ଦୋଳନ। ଏହି ପରିପ୍ରେକ୍ଷୀରେ ଆଜି ଛତ୍ରପୁର ବ୍ଲକ୍‌ ପୋଟଲାମ‌ପୁରଠାରେ ଋଷିକୁଲ୍ୟା ନଦୀ ବଞ୍ଚାଅ ଅଭିଯାନ ପକ୍ଷରୁ ସଚେତନତା ରାଲି ଏବଂ ସମାବେଶରେ ଯୋଗ ଦେଇଥିଲେ ବିଶିଷ୍ଟ ପରିବେଶବିତ୍‌ ତଥା ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟେକର। 

ଋଷିକୁଲ୍ୟା ରୟତ ମହାସଭା ସମ୍ପାଦକ ସୀମାଞ୍ଚଳ ନାହାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ମୁଖ୍ୟଅତିଥି ଭାବେ ମେଧା ପାଟେକର ଯୋଗ ଦେଇ ଋଷିକୁଲ୍ୟାରୁ ଅତି ମାତ୍ରାରେ ବାଲି ଚୋରାଚାଲାଣ ଯୋଗୁ ନଦୀର ଜଳଧାରଣ କ୍ଷମତା ହ୍ରାସ ପାଇବା ଓ ଭୂତଳ ମଧୁରଜଳ ଶୁଖିଯିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସମୁଦ୍ରର ଲୁଣିପାଣି ନଦୀ ଭିତରକୁ ଓ ଭୂତଳକୁ ପଶିବା ଫଳରେ କୂଅ, ନଳକୂଅ ଏବଂ ପାଣି ଯୋଗାଣ ପ୍ରକଳ୍ପରେ ଲୁଣିଆ ପାଣି ଆସୁଛି। ଯାହାକି ସ୍ବାସ୍ଥ୍ୟ ଏବଂ ଚାଷ କ୍ଷେତ୍ରରେ ବଡ଼ ସଙ୍କଟ ଆଣିବ।

ଋଷିକୁଲ୍ୟା ବଞ୍ଚାଅ ସମାବେଶରେ ଯୋଗ ଦେଲେ

ସମୁଦ୍ରର ଲୁଣିପାଣି ଏବେ କଂସାରୀଗଣ୍ଡ ଜଳଯୋଗାଣ ପ୍ରକଳ୍ପ ପର୍ଯ୍ୟନ୍ତ ଆସିବାରୁ ପିଇବା ପାଣି କ୍ଷାରଯୁକ୍ତ ହୋଇଗଲାଣି। ଏବେ ଆଉ ଏକ ବଡ଼ ବିପଦ ଆଶଙ୍କା ଦେଖାଦେଇଛି, ଯାହା ଋଷିକୁଲ୍ୟାକୁ ମୃତ ନଦୀରେ ପରିଣତ କରିଦେବ। ତାହା ହେଉଛି ନଦୀର ଏକମାତ୍ର ପ୍ରକୃତ ଜଳଧାରାକୁ ଅଟକାଇ ପିପଳପଙ୍କାଠାରେ ଜଳଭଣ୍ଡାର ନିର୍ମାଣ ପାଇଁ ସରକାରଙ୍କ ନିଷ୍ପତ୍ତି। ଯାହା ଦ୍ୱାରା ବର୍ଷା ସରିଗଲା ପରେ ବି ଟୋପାଏ ପାଣି ନଦୀରେ ଆସିବ ନାହିଁ। ଯାହା ଦ୍ବାରା ନଦୀ ମରିଯିବ। ପାଣି ପାଇଁ ହାହାକାର ଦେଖାଦେବ। ଚାଷ କାମ ପାଇଁ ପାଣି ମିଳିବା କଷ୍ଟକର ହେବ। ନଦୀ ମାଛଶୂନ୍ୟ ହୋଇଯିବ। ତେଣୁ ନଦୀର ସୁରକ୍ଷା ପାଇଁ ଡ୍ୟାମ୍ ନିର୍ମାଣ ଓ ବାଲିଚୋରିକୁ ବନ୍ଦ କରିବାକୁ ସରକାରଙ୍କ ପାଖରେ ଦାବି କରିଥିଲେ। 

ଋଷିକୁଲ୍ୟା ସୁରକ୍ଷା କାର୍ଯ୍ୟାନୁଷ୍ଠାନ କମିଟି ତରଫରୁ ୧୦ ଦିନ ଧରି ସୋରଡ଼ା ପିପଳପଙ୍କାଠାରୁ ନଦୀମୁହାଣ ପର୍ଯ୍ୟନ୍ତ ପଦଯାତ୍ରାକୁ ସ୍ବାଗତ କରି ଏଥିରେ ସାମିଲ ହୋଇଥିଲେ। ଆଜି ପଞ୍ଚାୟତ କାର୍ଯ୍ୟାଳୟଠାରୁ ସଭାସ୍ଥଳୀ ପର୍ଯ୍ୟନ୍ତ ଏକ ସଚେତନତା ରାଲି ହୋଇଥିଲା। ପରେ ଆୟୋଜିତ ସମାବେଶରେ ବିଶିଷ୍ଟ ପରିବେଶ ସୁରକ୍ଷା ନେତା ପ୍ରଫୁଲ୍ଲ ସାମନ୍ତରା, ଋଷିକୁଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତା ସୁଧୀର ରାଉତ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ରବି ରଥ, ବିଘ୍ନେଶ୍ୱର ସାହୁ, ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ, ସାନିଆ ସ୍ୱାଇଁ, ବିଜୟ ସ୍ୱାଇଁ, ରାଜେନ୍ଦ୍ର ନାହାକ, ବିଜୟ ବିଶ୍ୱାଳ, ଭାସ୍କର ସ୍ୱାଇଁ, ରଞ୍ଜନ ସେଠୀ, ମିନି ମହାପାତ୍ର, ଅନୀଲ ସାହୁ, ଦୁର୍ଯ୍ୟୋଧନ ସ୍ୱାଇଁ, ପ୍ରମୋଦ ସାହୁ ଓ ପ୍ରବାସୀ ପ୍ରଧାନଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe