ଆୟ ବହିର୍ଭୂତ ସଂପତ୍ତି ଠାବ: ଆରଡବ୍ଲୁଏସଏସ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

Advertisment
ଆୟ ବହିର୍ଭୂତ ସଂପତ୍ତି ଠାବ: ଆରଡବ୍ଲୁଏସଏସ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଆରଡବ୍ଲୁଏସଏସ ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁ ଗିରଫ ହୋଇଥିବାର ସୂଚନା ମିଳିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କୁ ଭିଜିଲାନ୍ସ, ଗିରଫ କରିଛି। ବିଜୟାନନ୍ଦଙ୍କର ୩ କୋଟି ୧୩ ଲକ୍ଷ  ୭୬ ହଜାର ୭୮୯ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ ହେବା ପରେ ଭିଜିଲାନ୍ସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ଭୁବନେଶ୍ୱର ଆର୍ଡବ୍ଲୁଏସ୍ଏସ୍ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ଆଇଗିଣିଆରେ ୩ହଜାର ବର୍ଗଫୁଟ୍ରୁ ଅଧିକ ଜମିରେ ନିର୍ମିତ ୩ମହଲା କୋଠା ଠାବ କରିଛି। ଯାହାର ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ। ସେହିପରି ଅନୁଗୁଳରେ ଥିବା ଏକ ଦୁଇ ମହଲା କୋଠା, ଢେଙ୍କାନାଳରେ ଦୁଇ ମହଲା କୋଠା ଠାବ କରାଯାଇଥିଲା। ଦୁଇଟି କୋଠାର ମୂଲ୍ୟ କୋଟିରୁ ଅଧିକ ଟଙ୍କା ହେବ। ଏହାଛଡ଼ା ରାଜଧାନୀ, ଅନୁଗୁଳ ଏବଂ ଢେଙ୍କାନାଳ ପ୍ରମୁଖ ସ୍ଥାନରେ ୧୪ଟି ପ୍ଲଟ ରହିଛି। ତେବେ ୬ଟି ପ୍ଲଟ ଶାଳୀଙ୍କ ନାମରେ ଥିବା ବେଳେ ୫ଟି ପ୍ଲଟ ଶଳାଙ୍କ ନାମରେ ରହିଛି। ଯାହାର ମୂଲ୍ୟ ଅଧ କୋଟିରୁ ଅଧିକ ହେବ। ତାଙ୍କର ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟକୁ ଠାବ କରାଯାଇଛି। ବ୍ୟାଙ୍କ ଆକାଉଣ୍ଟ, ପୋଷ୍ଟାଲ ଏବଂ ଇନ୍ସ୍ୟୁରାନ୍ସ ଜମା ମିଶି ପାଖାପାଖି ୪୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
ଏଣେ ତାଙ୍କ ଘରୁ ନଗଦ ୧ ଲକ୍ଷ ୮୦ହଜାର ଟଙ୍କା, ୨୩୭ ଗ୍ରାମର ସୁନାଗହଣା, ଦାମୀ ଆସବାବପତ୍ର, ଗୋଟିଏ ଚାରିଚକିଆ ଗାଡ଼ି ଆଦି ଜବତ ହୋଇଛି। ନାଲ୍କୋ ଅଞ୍ଚଳରେ ଥିବା ଜ୍ବାଇଁଙ୍କ ଘରେ ବି ଯାଞ୍ଚ କରିଛନ୍ତି ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ବିଭାଗର ୫ ଜଣ ଡିଏସ୍ପିଙ୍କ ନେତୃତ୍ବରେ ୧୪ଜଣ ଇନ୍ସପେକ୍ଟର, ୨୮ ଜଣ ସବ୍ ଇନ୍ସପେକ୍ଟର ଓ ଜଣ ଏଏସ୍ଆଇ ଏହି ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe