ପୁରୀ‌ ଷ୍ଟେସନ୍‌ରେ ଯାତ୍ରୀଙ୍କଠୁ ୨୯ ଲକ୍ଷ ଟଙ୍କା ଜବତ

ପୁରୀ‌ ଷ୍ଟେସନ୍‌ରେ ଯାତ୍ରୀଙ୍କଠୁ ୨୯ ଲକ୍ଷ ଟଙ୍କା ଜବତ

train will run

ପୁରୀ : ପୁରୀ ରେଳଷ୍ଟେସନରେ ଯାଞ୍ଚ ସମୟରେ ଜଣେଯାତ୍ରୀଙ୍କଠାରୁ ପ୍ରାୟ ୨୯ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ଟଙ୍କା କେଉଁଠୁ ଆସିଲା, କେମିତି ଆସିଲା, ଆରପିଏଫ୍‌ ତାର ଖୋଳତାଡ଼ ଆରମ୍ଭ କରିଛି। ଟଙ୍କା ନେଇ ଯାଉଥିବା ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଟଙ୍କା ନେଇ ଯାଉଥିବା ଯୁବକ ବିଶାଖାପାଟଣ ନରସିପାଟନମର ଉଦୟ କୁମାର ବୋଲି ଆରପିଏଫ୍‌ କହିଛି।

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଦିନ ରେଳଷ୍ଟେସନର ଲଗେଜ ସ୍କାନରରେ ସ୍କାନିଂ ବେଳେ ଉଦୟଙ୍କ ବ୍ୟାଗରୁ ୨୮ ଲକ୍ଷ ୮୫ ହଜାର ଟଙ୍କା ଥିବା ଜଣାପଡ଼ିଥିଲା। ଆଜି ସନ୍ଧ୍ୟାରେ ଉଦୟ କୁମାର ପୁରୀରୁ ବିଶାଖାପାଟଣା ଯିବା ସମୟରେ ଷ୍ଟେସନଠାରେ ଆରପିଏଫ୍‌ ଲଗେଜ ସ୍କାନିଂ ବେଳେ ଏହା ଜାଣିପାରି ଟଙ୍କା ସହ ଯୁବକଙ୍କୁ ଅଟକ ରଖିଛନ୍ତି। ଉଦୟ ବିଶାଖାପାଟଣରେ ଏକ ଜମି ବିକି ଏହି ଟଙ୍କା ଆଣିଥିବା କହୁଥିବାବେଳେ ଏହାର ସତ୍ୟତା କେତେ ରହିଛି, ଆରପିଏଫ୍‌ ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe