ଚାକିରି ଦେବି କହି ଲୁଟି ନେଲେ ୪୫ ହଜାର

Advertisment
ସଇବର ଠକେଇ: ୨୨ ରାଜ୍ୟର ଶହେରୁ ଅଧିକ ସହରରେ ସାଇବର ଅପରାଧୀଙ୍କ ଆଡ଼ା

ସମ୍ବଲପୁର: ସାଇବର୍‌ ଲୁଟେରା ଲୁଟ୍‌ କରିବା ପାଇଁ ପ୍ରତିଦିନ କିଛି ନା କିଛି ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି। ଦେଶରେ ବେକାରୀ ସମସ୍ୟା ଯୁବପିଢ଼ିଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି। ସାଇବର୍‌ ଲୁଟେରାମାନେ ଏହାକୁ ସବୁଠୁ ବଡ଼ ଅସ୍ତ୍ର ଭାବେ ବ୍ୟବହାର କରି ଯୁବପିଢିଙ୍କୁ ଟାର୍ଗେଟ୍ କରୁଥିବା ଦେଖିବାକୁ ମିଳିଛି। ଏଭଳି ଏକ ଲୁଟ୍‌ର ଶିକାର ହୋଇଛନ୍ତି ବହିଦାର ନୂଆପାଲିର ନିହାରେନ୍ଦୁ ପାଣି(୨୦)। ମାଗ୍‌ମା ଫ୍ରିଲାନ୍‌ସ କମ୍ପାନିରେ ଚାକିରି ଦେବି କହି ଜଣେ ତାଙ୍କଠାରୁ ୪୫ ହଜାର ଟଙ୍କା ଲୁଟି ନେଇଛି। ପରେ ଲୁଟେରା ଜଣକ ମୋବାଇଲ୍‌ ସୁଇଚ୍‌ ଅଫ୍ କରି ଦେଇଛି। ଏ ନେଇ ଶ୍ରୀ ପାଣି ଶନିବାର ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ନିଜକୁ ମାଗ୍‌ମା ଫ୍ରିଲାନ୍‌ସ କମ୍ପାନିର ଏକ୍‌ଜିକ୍ୟୁଟିଭ୍ ମୁଖ୍ୟ କହିବା ସହ ଚାକିରି କରାଇଦେବି ବୋଲି ନିହାରେନ୍ଦୁଙ୍କୁ ଫୋନ୍‌ରେ କହିଥିଲା। ଏହା ସହ ତାଙ୍କୁ ମାସିକ ୨୦ ହଜାର ଟଙ୍କା ଦରମାରେ କମ୍ପନିରେ କମ୍ପ୍ୟୁଟର୍‌ ଅପରେଟର୍‌ ଭାବେ ନିଯୁକ୍ତି ଦେବି ବୋଲି ଜଣାଇଥିଲା। ତେବେ ଏଥିପାଇଁ ପ୍ରସେସିଂ ଫି ବାଦକୁ ଟଙ୍କା ଦେବାକୁ ପଡ଼ିବ କହି ଏକାଧିକ ଥର ନିହାରେନ୍ଦୁଙ୍କ ଠାରୁ ଟଙ୍କା ନେଇଥିଲା। ଚାକିରି ଲୋଭରେ ନିହାରେନ୍ଦୁ ମଧ୍ୟ ଟଙ୍କା ଦେଇ ଚାଲିଲେ। ଏଭଳି ମୋଟ୍‌ ୪୫ ହଜାର ଟଙ୍କା ନେବା ପରେ ଫେବ୍ରୁଆରି ୪ ତାରିଖରେ ଲୁଟେରା ଜଣକ ଆଉ ଫୋନ୍‌ ଉଠାଇଲା ନାହିଁ। ଶେଷରେ ଫୋନ୍‌ ସ୍ବିଚ୍‌ ଅଫ୍‌ କରିଦେଇଥିଲା। ଏହାପରେ କୌଣସି ଉପାୟ ନପାଇ ଯୁବକ ଜଣକ ପୁଲିସର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe