ନାବାଳିକା ସାବତ ଝିଅକୁ ୪ ବର୍ଷ ଧରି ଦୁଷ୍କର୍ମ ମାମଲା: ସାବତ ବାପାଙ୍କୁ ଆଜୀବନ କାରାଦଣ୍ଡ

Advertisment
‘ବାଟା’ ପାଇଁ ହଟହଟା ପ୍ରସଙ୍ଗ: ଖର୍ଚ୍ଚ ବୃଦ୍ଧିରେ ଅସହାୟ ପୁଲିସ ବିଭାଗ!

International Adviser

ସୁନ୍ଦରଗଡ଼ : ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସାବତ ଝିଅକୁ ଦୁଷ୍କର୍ମ ଓ ଗର୍ଭବତୀ କରିବା ମାମଲାରେ ସୁନ୍ଦରଗଡ଼ ପକ୍ସୋ କୋର୍ଟ ଆଜି ସାବତ ବାପା ରାଜେଶ ବଡ଼ାଇକ ଓରଫ୍‌ ଦିଲ ଫିରୋଜ ଖାନ୍‌କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଏହା ସହ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ, ରଘୁନାଥପାଲି ଥାନା ଅନ୍ତର୍ଗତ ରାଉରକେଲାର ଏକ ବସ୍ତି ଅଞ୍ଚଳରେ ଥିବା ଏକ ଉଚ୍ଚ ପ୍ରାଥମିକ ସ୍କୁଲରେ ଷଷ୍ଠ ପଢ଼ୁଥିବା ଝିଅର ବାପାଙ୍କ ମୃତ୍ୟୁ ହୋଇଯିବା ପରେ ତାଙ୍କ ମା’ ରାଜେଶଙ୍କୁ ଦ୍ବିତୀୟ ବିବାହ କରିଥିଲେ। ସାବତ ବାପା ରାଜେଶର କୁଦୃଷ୍ଟି ନାବାଳିକା ଝିଅ ଉପରେ ପଡ଼ିଥିଲା। ସୁଯୋଗ ଉଣ୍ଡି ସେ ସାବତ ଝିଅକୁ ଦୁଷ୍କର୍ମ କରିଥିଲେ। ଭୟରେ ଝିଅଟି କାହାକୁ କିଛି କହୁ ନଥିଲେ। ବାରମ୍ବାର ଦୁଷ୍କର୍ମ ଯୋଗୁଁ ସେ ଗର୍ଭବତୀ ହୋଇଥିଲେ। ଏହାପରେ ସାବତ ବାପା ତାଙ୍କୁ ନେଇ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯେଉଁଠି ଏକ ମୃତ ଶିଶୁ ଜନ୍ମ ହୋଇଥିଲା।

ସାବତ ବାପାଙ୍କ ଅତ୍ୟାଚାରରେ ଅତିଷ୍ଠ ଝିଅ ଘର ଛାଡ଼ି ନିଜ ସାଙ୍ଗ ଘରେ ଦୁଇ ବର୍ଷ ରହିଲେ। ହେଲେ ‌ରାଜେଶ ପିଛା ଛାଡ଼ି ନଥିଲା। ସେ ସାଙ୍ଗଙ୍କ ଘରୁ ତାଙ୍କୁ ନେଇ ଶାନ୍ତିଭବନରେ ରଖିଲା। ଘଟଣା ଦିନ ଅର୍ଥାତ ୨୦୧୩ ଅଗଷ୍ଟ ୬ରେ ସେ ସ୍କୁଲରେ ଥିବାବେଳେ ରାଜେଶ ଆସି ତାଙ୍କୁ ଜୋର୍ କରି ଘରକୁ ନେଇ ଯିବାକୁ ଚେଷ୍ଟା କରିଥିଲା। ଝିଅଟି ସାବତ ବାପାଙ୍କ ଦୁଷ୍କର୍ମ ଓ ଅତ୍ୟାଚାର ସମ୍ପର୍କରେ ପ୍ରଧାନଶିକ୍ଷକଙ୍କୁ କହିଥିଲେ। ଏହା ପରେ ପ୍ରଧାନ ଶିକ୍ଷକ ରଘୁନାଥପାଲି ଥାନାରେ ଏତଲା ଦେଇଥିଲେ। ପୁଲିସ ପୀଡ଼ିତା ଝିଅଙ୍କ ବୟାନ ଆଧାରରେ ଏକ ମାମଲା ରୁଜୁ କରିବା ସହ ସାବତ ବାପାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପକ୍ସୋ ଜଜ୍‌ ପାର୍ଥ ସାରଥୀ ପଟ୍ଟନାୟକ ଅକ୍ଟୋବର ୫ରେ ଜବାବ ସୁଆଲ ପରେ ୮ରେ ରାୟ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe