ବ୍ରହ୍ମପୁର ମହାନଗର ନିଗମ ମେୟର ପାଇଁ ଡ. ସବିତା ସୁଆରଙ୍କୁ ପ୍ରାର୍ଥୀ କଲା ବିଜେପି

ବ୍ରହ୍ମପୁର ମହାନଗର ନିଗମ ମେୟର ପାଇଁ ଡ. ସବିତା ସୁଆରଙ୍କୁ ପ୍ରାର୍ଥୀ କଲା ବିଜେପି

ବ୍ରହ୍ମପୁର/ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ବ୍ରହ୍ମପୁର ମହାନଗର ନିଗମ (ବିଏମସି) ମେୟର୍‌ ପଦବି ପାଇଁ ଡ. ସବିତା ସୁଆରଙ୍କୁ ନିଜର ପ୍ରାର୍ଥୀ କରିଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଭାରତୀୟ ପାର୍ଟି ଆଜି ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଭାବେ ଡ. ସବିତା ସୁଆରଙ୍କ ନାମ ଘୋଷଣା କରିଛି। ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଏହି ସୂଚନା ଦେଇଛନ୍ତି।

ପ୍ରାର୍ଥୀ ଘୋଷଣା ହେବା ପରେ ଡ. ସବିତ ସୁଆର ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ କାର୍ଯ୍ୟଶୈଳୀ ତାଙ୍କୁ ବେଶ୍‌ ପ୍ରଭାବିତ କରିଛି। ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ବ୍ରହ୍ମପୁର ମହାନଗର ମେୟର ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ଡ. ସବିତା ସୁଆର ଦଳକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ପୂର୍ବରୁ ବିଜେପି ଡ. ସୁନୀତି ମୁଣ୍ଡଙ୍କୁ ଭୁବନେଶ୍ବର ମହାନଗର ନିଗମ ପାଇଁ ପ୍ରାର୍ଥୀ କରିଛି। ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ଶନିବାର ଅପରାହ୍ନରେ ଏହା ଘୋଷଣା କରିଥିଲେ। ସେହିପରି ବିଜେପି ଗତକାଲି କଟକ ମହାନଗର ନିଗମ ‌ମେୟର ପ୍ରାର୍ଥୀ ପାଇଁ ବିଜେପି ଅଭିନେତା ଶ୍ରୀତମ ଦାସଙ୍କ ନାମ ଘୋଷଣା କରିଥିଲା।

ସୂଚନାଯୋଗ୍ୟ, ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ବ୍ରହ୍ମପୁର ମହାନଗର ନିଗମ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଭୋଟରମାନେ ପ୍ରତ୍ୟକ୍ଷ ଭାବେ ମେୟରଙ୍କୁ ନିର୍ବାଚିତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe